ବ୍ରହ୍ମପୁର: ଗତ ୧୫ତାରିଖ ଠାରୁ ଶଙ୍କରପୁର ସାହିରେ ଜଣେ ସ୍ଥାନୀୟ ଲୋକଙ୍କ ଦେହରେ କରୋନା ରୋଗ ଚିହ୍ନଟ ହେବାପରେ ଉକ୍ତ ଅଞ୍ଚଳକୁ ବିଏମ୍ସି ପକ୍ଷରୁ ଆକ୍ସେସ୍ କଣ୍ଟ୍ରୋଲ ଜୋନ୍ ଭାବେ ଘୋଷଣାକରି ସିଲ୍ କରାଯାଇଥିଲା । ସାହିର ୨ ପ୍ରବେଶ ପଥକୁ ସିଲ୍ କରାଯାଇ ପ୍ରାୟ ୯୦ରୁ ଊର୍ଦ୍ଧ୍ୱ ସନ୍ଦିଗ୍ଧଙ୍କ ସ୍ୱାବ୍ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା । ସେମାନଙ୍କ ଦେହରେ କରୋନା ଭୁତାଣୁ ନେଗେଟିଭ ଆସିବାପରେ ବିଏମ୍ସି ପକ୍ଷରୁ ରବିବାର ଠାରୁ ଉକ୍ତ ଅଞ୍ଚଳରେ ଲାଗୁ କରାଯାଇଥିବା ଆକ୍ସେସ୍ କଣ୍ଟ୍ରୋଲ ଜୋନ୍ ପ୍ରତ୍ୟାହତ କରାଯାଇଥିବା ନେଇ ବିଏମ୍ସି କମିଶନର ଚକ୍ରବର୍ତ୍ତି ସିଂ ରାଥୋଡ ସୂଚନା ଦେଇଛନ୍ତି । ବର୍ତ୍ତମାନ ସହରରେ ସକାଳ ୭ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ଖୋଲା ରହିଛି । ତେଣୁ ନିଜେ ସତର୍କ ହୋଇ ଅନ୍ୟକୁ ସତର୍କ କରାଇ ରୁହନ୍ତୁ ବୋଲି କମିଶନର ସହରବାସୀଙ୍କୁ ଅନୁରୋଧ କରିଛନ୍ତି ।
Related Stories
November 23, 2024