ଭଞ୍ଜନଗର – ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଜଜ୍ ଅଦାଲତ ପରିସରରେ ଆଜି ଅପରାହ୍ନ ରେ ଏ.ଡି.ଜେ ମହଲତ ସା ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି l ଏ.ଡି.ଜେ ଭାବେ ଶ୍ରୀ ସା ଗତ 18.8.2018 ତାରିଖରେ ଏଠାରେ କାର୍ଯ୍ୟରେ ଯୋଗ ଦେଇଥିଲେ l ବର୍ତ୍ତମାନ ତାଙ୍କର ମାଲକାନଗିରି ବଦଳି ହୋଇ ଯାଇଥିବାରୁ ଏହି ସଭାର ଆୟୋଜନ ହୋଇଥିଲା l ଏଥିରେ ଓକିଲ ସଂଘ ସଭାପତି ଅଭିମନ୍ୟୁ ଗୌଡ଼ ସଭାପତିତ୍ୱ କରିଥିଲେ l ବିଦାୟୀ ଏ.ଡି.ଜେ ଙ୍କ ସମେତ ସିଭିଲ ଜଜ୍ ସ୍ରୋତସ୍ବିନି କର, ଜେ.ଏମ.ଏସ.ସି ସୁନୀଲା ମିଶ୍ର, ଏସ.ଡି.ଜେ.ଏମ ବେଦ ପ୍ରକାଶ, ଓକିଲ ସଂଘ ସମ୍ପାଦକ ଅଶୋକ କୁମାର ଜେନା, ଉପ ସଭାପତି ଜ୍ୟୋତି ରାଜ ପତି ଉପସ୍ଥିତ ଥିଲେ l ଏ.ଡି.ଜେ ଜଣେ ମେଳାପି ବ୍ୟକ୍ତିତ୍ୱ ହୋଇଥିବାରୁ ସେ ଆଇନ ସଚେତନତା ଓ ବୃକ୍ଷ ରୋପଣ ଭଳି କାର୍ଯ୍ୟରେ ମଧ୍ୟ ସାମିଲ ହେଉଥିଲେ ବୋଲି ସଭାପତି ଶ୍ରୀ ଗୌଡ଼ କହିଥିଲେ l ଶେଷରେ ଉପ ସଭାପତି ଶ୍ରୀ ପତି ଧନ୍ୟବାଦ ଦେଇଥିଲେ l ବରିଷ୍ଠ ଓକିଲ ସୋମନାଥ ନାୟକ, ଏମ.ତାଜ ଆଦେନି, ଦଣ୍ଡପାଣି ସ୍ୱାଇଁ, ଲଷ୍ମୀ ମହାପାତ୍ର, ରବି ଦାଶ, ରାଜେନ୍ଦ୍ର ପ୍ରଧାନ ଓ ଅନ୍ୟମାନେ ଉପସ୍ଥିତ ଥିଲେ l