ଭୁବନେଶ୍ୱର । ରାଜ୍ୟରେ ଆଉ ୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୧୩୩୬ ରେ ପହଂଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।
ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୬୦ ଜଣ କ୍ୱାରେଂଟାଇନ ସେଂଟରରେ ଥିବା ବେଳେ ଚାରି ଜଣ ହୋମ କ୍ୱାରେଂଟାଇନରେ ତଥା ତିନି ଜଣ ସ୍ଥାନୀୟ ଲୋକ ଥିବା ଜଣା ପଡିଛିା
ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଏମାନଙ୍କ ମଧ୍ୟରୁ ୭ ଜଣ ଗଂଜାମ ଜିଲ୍ଲାରୁ ହୋଇଥିବାବେଳେ ପୁରୀ ଜିଲ୍ଲାରୁ ୧୬ ଜଣ ରହିଛନ୍ତି । ସେହିପରି ନୟାଗଡ ଜିଲ୍ଲାରୁ ୧୩, ବଲାଙ୍ଗିର ଜିଲ୍ଲାରୁ ୭, ଖୋର୍ଧା ଜିଲ୍ଲାରୁ ୩, କଟକ ଜିଲ୍ଲାରୁ ୨, କଳାହାଣ୍ଡି ଜିଲ୍ଲାରୁ ୪, ମାଲକାନଗିରି ଜିଲ୍ଲାରୁ ୨, ଜଗତସିଂହପୁର ଜିଲ୍ଲାରୁ ୧, ଢେଙ୍କାନାଳ ଜିଲ୍ଲାରୁ ୧ ଓ ନୂଆପଡା ଜିଲ୍ଲାରୁ ଜଣେ ଆକ୍ରାନ୍ତ ହୋଇଛନ୍ତି ।