
ନୂଆଦିଲ୍ଲୀ– ଚୀନର ଉହାନ ସହରରୁ ବ୍ୟାପିଥିବା କରୋନା ଭାଇରସ ଯୋଗୁଁ ସମଗ୍ର ବିଶ୍ୱରେ ଏପର୍ଯ୍ୟନ୍ତ ୫୪ ଲକ୍ଷ ୧ହଜାର ୨୨୨ ଜଣ ଆକ୍ରାନ୍ତ ଅଛନ୍ତି । ଏଥିରୁ ୩ ଲକ୍ଷ ୪୩ ହଜାର ୭୯୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୨୨ ଲକ୍ଷ ୪୭ ହଜାର ୧୦୯ ଜଣ । ଏବେ ବିଶ୍ୱରେ ୨୮ ଲକ୍ଷ ୧୦ ହଜାର ୩୧୪ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୫୩ ହଜାର ୫୬୨ ଜଣ ଗୁରୁତର ଅଛନ୍ତି ।
ରବିବାର ସାଢ଼େ ୬ଟା ପର୍ଯ୍ୟନ୍ତ କରୋନା ଭାଇରସ ଲାଗି ସଂଯୁକ୍ତ ରାଷ୍ଟ୍ର ଆମେରିକା ୯୮ ହଜାର ୬୮୩ ଜଣ ଲୋକଙ୍କୁ ହରାଇସାରିଛି । ଆମେରିକାରେ ୧୬ ଲକ୍ଷ ୬୬ ହଜାର ୮୨୮ ଜଣ କରୋନା ଆକ୍ରାନ୍ତ ଥିବା ବେଳେ ଏଥିରୁ ୪ ଲକ୍ଷ ୪୬ ହଜାର ୯୧୪ ଜଣ ସୁସ୍ଥ ହୋଇଛନ୍ତି । କିନ୍ତୁ ଆହୁରି ୧୧ ଲକ୍ଷ ୨୧ ହଜାର ୨୩୧ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ତେବେ ଆମେରିକାରେ ଏବେ ୧୭ ହଜାର ୧୩୩ ଜଣ କରୋନା ଆକ୍ରାନ୍ତ ଗୁରୁତର ଅଛନ୍ତି ।