ନୂଆଦିଲ୍ଲୀ– ଦେଶରେ କରୋନା ଭାଇରସ ଭୂତାଣୁ ଯୋଗୁଁ ମୃତକଙ୍କ ସଂଖ୍ୟା ୩ ହଜାର ୮୬୭କୁ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ରବିବାର ସକାଳୁ ଏହି ସୂଚନା ଦିଆଯାଇଛି । ଏହି ମାରାତ୍ମକ ଭାଇରସରେ ୧ ଲକ୍ଷ ୩୧ ହଜାର ୮୬୮ ଜଣ ଲୋକ ଆକ୍ରାନ୍ତ ହୋଇଛନ୍ତି । ସେଥିରୁ ୭୩ ହଜାର ୫୬୦ ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ସୁସ୍ଥ ହୋଇଛନ୍ତି ୫୪ ହଜାର ୪୪୦ ଜଣ । ବିଗତ ୨୪ ଘଣ୍ଟା ମଧ୍ୟରେ କେବଳ ୬ ହଜାର ୭୬୭ ଜଣ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୪୭ ଜଣ ବ୍ୟକ୍ତିଙ୍କର ପ୍ରାଣହାନୀ ଘଟିଛି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କରୋନା ଭାଇରସରେ ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ୪୭ ହଜାର ୧୯୦ ଜଣ ଆକ୍ରାନ୍ତ ହୋଇଛନ୍ତି । ସେହିପରି ୧୫୭୭ ଜଣ ଜୀବନ ହରାଇଛନ୍ତି । ଗୁଜୁରାଟରେ ୮୨୯, ମଧ୍ୟପ୍ରଦେଶରେ ୨୮୧, ଓ ପଶ୍ଚିମବଙ୍ଗରେ ୨୬୯ ଜଣ ଲୋକ ଜୀବନ ହରାଇଛନ୍ତି । ସେହିପରି ରାଜସ୍ଥାନରେ ୧୬୦, ଦିଲ୍ଲୀରେ ୨୩୧ ଓ ତାମିଲନାଡୁରେ ୧୦୩ ଜଣ ଜୀବନ ହାରିଛନ୍ତି ।