-
ଗଂଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୩୪୮ ହେଲା
ଭୁବନେଶ୍ୱର– ନୂଆପଡା ଜିଲ୍ଲାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ୨୭ଟି ଜିଲ୍ଲାକୁ କରୋନା ବ୍ୟାପିଛି । ଗଂଜାମ ଜିଲ୍ଲା ଏହି ତାଲିକାରେ ସବୁଠାରୁ ଆଗରେ ରହିଛି । ଗଂଜାମ ଜିଲ୍ଲାରେ ସବୁଠାରୁ ଅଧିକ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୪୮ରେ ପହଂଚିଛି । ।
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ବର୍ତମାନ ସୁଦ୍ଧା ଯାଜପୁର ଜିଲ୍ଲାରେ ୨୩୯ , ବାଲେଶ୍ୱର ଜିଲ୍ଲାରେ ୧୨୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଭଦ୍ରକ ଜିଲ୍ଲାରେ ୯୮, ପୁରୀ ଜିଲ୍ଲାରେ ୮୧ ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଧା ଜିଲ୍ଲାରେ ୭୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
କଟକ ଜିଲ୍ଲାରେ ୫୯ ଜଣ ଆକ୍ରାନ୍ତ ହୋଇଥିବା ବେଳେ ନୟାଗଡ ଜିଲ୍ଲାରେ ୪୫, କେନ୍ଦ୍ରାପଡା ଜିଲ୍ଲାରେ ୪୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାରେ ୩୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । । ବୌଦ୍ଧ ଜିଲ୍ଲାରେ ୩୩ ଜଣ ଆକ୍ରାନ୍ତ ହୋଇଛନ୍ତି । ଜଗତସିଂହପୁର ଜିଲ୍ଲାରେ ୩୧ ଜଣ ଚିହ୍ନଟ ହୋଇଛନ୍ତି । ଅନୁଗୁଳ ଜିଲ୍ଲାରେ ୨୫ ଓ ମୟୁରଭଂଜ ଜିଲ୍ଲାରେ ୧୪, କଳାହାଣ୍ଡି ଜିଲ୍ଲାରେ ୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । , ବଲାଙ୍ଗୀର ଜିଲ୍ଲାରେ ୧୬ ଜଣ ଆକ୍ରାନ୍ତ ହୋଇଛନ୍ତି ।
ସେହିପରି କେନ୍ଦୁଝର ଜିଲ୍ଲାରେ ୧୧, ମାଲକାନଗିରି ଜିଲ୍ଲାରେ ୧୦ ଜଣ ଆକ୍ରାନ୍ତ ହୋଇଛନ୍ତି । ସମ୍ବଲପୁର ଜିଲ୍ଲାରେ ୫ ଜଣ, କନ୍ଧମାଳ ଜିଲ୍ଲାରେ ୫ ଜଣ ସଂକ୍ରମିତ ହୋଇଥିବା ବେଳେ ଝାରସୁଗୁଡା ଜିଲ୍ଲାରେ ୫ ଜଣ ସଂକ୍ରମିତ ହୋଇଛନ୍ତି । ସେହିପରି ଗଜପତି ଜିଲ୍ଲାରେ ୪ ଜଣ ଢେଙ୍କାନାଳ ଜିଲ୍ଲାରେ ୩, ଦେବଗଡ ଜିଲ୍ଲାରେ -୨ ଜଣ ସଂକ୍ରମିତ ହୋଇଛନ୍ତି । କୋରାପୁଟ ଜିଲ୍ଲାରେ ଜଣେ ଓ ନୂଆପଡା ଜିଲ୍ଲାରେ ଜଣେ ସଂକ୍ରମିତ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହା ଯାଇଛି ।