ଭୁବନେଶ୍ୱର-କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ସଙ୍ଗରୋଧ ନିୟମରେ ପରିବର୍ତନ କରା ଯାଇଛି ବୋଲି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ।
ସେ କହିଛନ୍ତି ଯେ ବର୍ତମାନ ବାହାରୁ ଆସୁଥିବା ଲୋକ ମାନେ ୧୪ ଦିନ ସଙ୍ଗରୋଧରେ ରହିବେ । ଗ୍ରାମାଂଚଳକୁ ଆସୁଥିବା ଲୋକ ମାନେ ସାତ ଦିନ ବାଧ୍ୟତାମୂଳକ ଭାବେ ସଂଗରୋଧରେ ରହିବେ । ଏହା ପରେ ଯାହାର ଲକ୍ଷଣ ଦେଖା ନ ଯିବ ସେମାନଙ୍କୁ ସାତ ଦିନ ଘରେ ସଙ୍ଗରୋଧରେ ରହିବାକୁ ପଡିବ । ନିୟମ ନ ମାନିଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।
ସେ କହିଛନ୍ତି ଯେ ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ସେ କହିଛନ୍ତି ଯେ ପ୍ରବାସୀ ମାନଙ୍କୁ କ୍ୱାରେଂଟାଇନରେ ରଖା ଯାଉଥିବାରୁ ସ୍ଥିତି ନିୟନ୍ତ୍ରଣରେ ଅଛି