ଭୁବନେଶ୍ୱର– ରାଜ୍ୟ ସରକାର ଆସନ୍ତା କାଲି ଠାରୁ କଂଟେନମେଂଟ ଜୋନ ବ୍ୟତୀତ ଅନ୍ୟ ସମସ୍ତ ଅଂଚଳରେ ଘରୋଇ ବସ ଓ ଟାକ୍ସି ଚଳାଚଳ ପାଇଁ ଅନୁମତି ପ୍ରଦାନ କରିଛନ୍ତି । ସେହିପରି ସରକାର ସହମତି ଭିତିରେ ଆନ୍ତରାଜ୍ୟ ବସ ଚଳାଚଳ ପାଇଁ ମଧ୍ୟ ଅନୁମତି ପ୍ରଦାନ କରିଛନ୍ତି । ସେହିପରି ସିଟି ବସ ଚଳାଚଳ ପାଇଁ ମଧ୍ୟ ଅନୁମତି ପ୍ରଦାନ କରା ଯାଇଛି । ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି ।
ତେଣୁ ଆସନ୍ତା କାଲି ଠାରୁ ବସ ସହ ଅଟୋ ରିକ୍ସା, ଓଲା ଉବେର ଗାଡି ମଧ୍ୟ ଚାଲିବ । ସେହିପରି ଚାରି ଚକିଆ ଗାଡି ତଥା ଅଟୋରେ ୨ ଜଣ ଯାତ୍ରୀଙ୍କୁ ଯାତ୍ରା ପାଇଁ ଅନୁମତି ପ୍ରଦାନ କରା ଯାଇଛି ।
ତେବେ ବସରେ ଯେତିକି ସଂଖ୍ୟକ ସିଟ ରହିଛି ସେତିକି ଯାତ୍ରୀ ହିଁ ଯାତ୍ରା କରି ପାରିବେ । କୌଣସି ଯାତ୍ରୀ ଛିଡା ହୋଇ ଯାଇ ପାରିବେ ନାହିାଁ
ଶ୍ରୀ ଜେନା କହିଛନ୍ତି ଯେ ବସରେ ଯାତ୍ରୀ ମାନଙ୍କ ପାଇଁ ମାସ୍କ ପିନ୍ଧିବା ଜରୁରୀ । ମାସ୍କ ନ ପିନ୍ଧିଲେ ତାଙ୍କୁ ଦଣ୍ଡିତ କରା ଯିବ । ଯଦି କୌଣସି ଯାତ୍ରୀଙ୍କୁ କରୋନା ଲକ୍ଷଣ ଥିବ ସେ ଯାତ୍ରୀ ବସରେ ଯାତ୍ରା କରି ପାରିବେ ନାହିଁ । ଯାତ୍ରୀ ମାନଙ୍କୁ ନିଜ ପାଖରେ ସାନିଟାଇଜର ରଖିବାକୁ ମଧ୍ୟ ପରାମର୍ଶ ପ୍ରଦାନ କରା ଯାଇଛି ।
ସେ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କର ଗାଇଡଲାଇନ ଅନୁସାରେ ରାଜ୍ୟରେ ଟ୍ରେନ ଚଳାଚଳ ପାଇଁ ମଧ୍ୟ ଅନୁମତି ପ୍ରଦାନ କରା ଯାଇଛି ।