ଗଞ୍ଜାମ– ବ୍ରହ୍ମପୁର ରେଳ ଷ୍ଟେସନରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ୧୪୪ ଧାରା ଜାରୀ କରାଯାଇଛି । ପ୍ରବାସୀ ମାନେ ଟ୍ରେନ୍ ଯୋଗେ ଘରକୁ ଫେରୁଛନ୍ତି । ଗତକାଲି ରାତି ଠାରୁ ଠାରୁ ଆଜି ମଧ୍ୟାହ୍ନ ସୁଦ୍ଧା ୪ ଟି ଟ୍ରେନ୍ ଆସିଥିବା ବେଳେ ବିଭିନ୍ନ ରାଜ୍ୟରୁ ବ୍ରହ୍ମପୁରକୁ ଆହୁରି ୨୧ ଟି ସ୍ୱତନ୍ତ୍ର ଟ୍ରେନ୍ ଆସିବାକୁ ଥିବାରୁ ପ୍ରଶାସନ ପକ୍ଷରୁ କରୋନା ସଂକ୍ରମଣ ଏଡାଇବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ନିଆଯାଇଛି । ଷ୍ଟେସନରେ ସିଆରପିସି ୧୪୪ ଧାରା ଲାଗୁ କରାଯାଇଛି । ସମ୍ପୃକ୍ତ ଅଂଚଳରେ ନିୟୋଜିତ ଅଫିସର ମାନଙ୍କ ବ୍ୟତୀତ ଅନ୍ୟ କେହି ନିସିଦ୍ଧାଚଂଳ ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ ବୋଲି ବ୍ରହ୍ମପୁର ଏସପି ପିନାକ ମିଶ୍ର କହିଛନ୍ତି ।
ଲକ୍ ଡାଉନ୍ ରେ ଫଶି ରହିଥିବା ପ୍ରବାସୀ ମାନେ ଜିଲ୍ଲାକୁ ଫେରୁଛନ୍ତି । ଏଥି ନିମନ୍ତେ ବିଭିନ୍ନ ରାଜ୍ୟରୁ ଟ୍ରେନ୍ ବ୍ୟବସ୍ଥା କରାଯାଇଛି । ବ୍ରହ୍ମପୁର ରେଳ ଷ୍ଟେସନରେ ଏନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପୂର୍ବରୁ ବ୍ରହ୍ମପୁର ରେଳ ଷ୍ଟେସନରେ ଟ୍ରେନ୍ ରହୁନଥିଲା । ସୁରଟ, କେରଳ ଓ ମହାରାଷ୍ଟ୍ରରୁ ଆସୁଥିବା ଟ୍ରେନ୍ ଜଗନ୍ନାଥପୁର ଷ୍ଟେସନରେ ରହିବା ପାଇଁ ବ୍ୟବସ୍ଥା କରାଯାଇଥିଲା । ସେଠାରୁ ପ୍ରବାସୀ ମାନଙ୍କୁ କ୍ୱାରେଂଟାଇନ ହୋମ୍ କୁ ନିଆଯାଉଥିଲା । କିନ୍ତୁ, ଏବେ ବ୍ରହ୍ମପୁର ରେଳ ଷ୍ଟେସନରେ ଟ୍ରେନ୍ ରହିବା ପାଇଁ ବ୍ୟବସ୍ଥା କରାଯାଇଛି ।