ଗଞ୍ଜାମ– ଗତକାଲି ରାତି ଠାରୁ ମଧ୍ୟାହ୍ନ ମଧ୍ୟରେ ବ୍ରହ୍ମପୁର ଷ୍ଟେସନରେ ସୁରାଟରୁ ତିନୋଟି ଓ କୋଏମ୍ବାଟୁରରୁ ଗୋଟିଏ ସ୍ୱତନ୍ତ୍ର ପ୍ରବାସୀ ଟ୍ରେନ୍ ଆସି ପହଂଚିଥିବା ବେଳେ ଏଥିରେ ଗଞ୍ଜାମ ଜିଲ୍ଲାରେ ୩୬୦୦ ପ୍ରବାସୀ ଜିଲ୍ଲାକୁ ଫେରିଛନ୍ତି । ସେମାନଙ୍କ ୪ ନଂ ପ୍ଲାଟଫର୍ମରେ ଓହ୍ଲାଇବା ପରେ ସମସ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏବଂ ସେମାନଙ୍କୁ ଖାଇବାକୁ ଜଳଖିଆ ଦିଆଯାଇଥିଲା । ଷ୍ଟେସନରୁ ଜିଲ୍ଲାର ବିଭିନ୍ନ କ୍ୱାରେଂଟାଇନ ସେଂଟରଙ୍କୁ ଏହି ପ୍ରବାସୀ ମାନଙ୍କୁ ପଠାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୦୦ ଟି ବସ୍ ର ବ୍ୟବସ୍ଥା କରାଯାଇଥିଲା । ଆଜି ପ୍ରାୟ ୨୫ ହଜାର ପ୍ରବାସୀ ଜିଲ୍ଲାକୁ ଫେରିବେ ବୋଲି ସୂଚନା ମିଳିଛି । ବିଭିନ୍ନ ରାଜ୍ୟରୁ ବ୍ରହ୍ମପୁରକୁ ୨ ୧ ଟି ଟ୍ରେନ୍ ରେ ଏହି ପ୍ରବାସୀ ମାନେ ଫେରୁଥିବା ଜଣାପଡିଛି ।
Related Stories
November 23, 2024