ଭୁବନେଶ୍ୱର। ରାଜ୍ୟରେ ଆଉ ୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୧୩୩୬ ରେ ପହଂଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।
ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୬୦ ଜଣ କ୍ୱାରେଂଟାଇନ ସେଂଟରରେ ଥିବା ବେଳେ ଚାରି ଜଣ ହୋମ କ୍ୱାରେଂଟାଇନରେ ତଥା ତିନି ଜଣ ସ୍ଥାନୀୟ ଲୋକ ଥିବା ଜଣା ପଡିଛିା
ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଏମାନଙ୍କ ମଧ୍ୟରୁ ୭ ଜଣ ଗଂଜାମ ଜିଲ୍ଲାରୁ ହୋଇଥିବାବେଳେ ପୁରୀ ଜିଲ୍ଲାରୁ ୧୬ ଜଣ ରହିଛନ୍ତି । ସେହିପରି ନୟାଗଡ ଜିଲ୍ଲାରୁ ୧୩, ବଲାଙ୍ଗିର ଜିଲ୍ଲାରୁ ୭, ଅନୁଗୁଳ ଜିଲ୍ଲାରୁ ୬,ସୁନ୍ଦରଗଡ ଜିଲ୍ଲାରୁ ୪, ଖୋର୍ଧା ଜିଲ୍ଲାରୁ ୩, କଟକ ଜିଲ୍ଲାରୁ ୨, କଳାହାଣ୍ଡି ଜିଲ୍ଲାରୁ ୪, ମାଲକାନଗିରି ଜିଲ୍ଲାରୁ ୨, ଜଗତସିଂହପୁର ଜିଲ୍ଲାରୁ ୧, ଢେଙ୍କାନାଳ ଜିଲ୍ଲାରୁ ୧ ଓ ନୂଆପଡା ଜିଲ୍ଲାରୁ ଜଣେ ଆକ୍ରାନ୍ତ ହୋଇଛନ୍ତି ।
ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଅନୁସାରେ ପୁରୀ ଜିଲ୍ଲାର ୧୬ ଜଣ ସଂକ୍ରମିତଙ୍କ ମଧ୍ୟରୁ ୧୫ ଜଣ କ୍ୱାରେଂଟାଇନ ସେଂଟରରେ ଥିବା ବେଳେ ଜଣେ ସ୍ଥାନୀୟ ବ୍ୟକ୍ତି ହୋମ କ୍ୱାରେଂଟାଇନରେ ଥିଲେ । ଏମାନଙ୍କ ମଧ୍ୟରୁ ୧୧ ଜଣ ସୁରତରୁ ଫେରିଥିବା ବେଳେ ୩ ଜଣ ପଶ୍ଚିମ ବଙ୍ଗ ଓ ଜଣେ ତାମିଲନାଡୁରୁ ଫେରିଥିଲେ । ଭୁବନେଶ୍ୱରରେ ଜଣେ ଆକ୍ରାନ୍ତ ସ୍ଥାନୀୟ ହୋଇଥିବା ବେଳେ ସେ ହୋମ କ୍ୱାରେଂଟାଇନରେ ଥିଲେ ।
ସେହିପରି ସୁନ୍ଦରଗଡର ଚାରି ଜଣ ସଂକ୍ରମିତଙ୍କ ମଧ୍ୟରେ ସମସ୍ତେ କ୍ୱାରେଂଟାଇନ ସେଂଟରରେ ଥିଲେ । ଏମାନଙ୍କ ମଧ୍ୟରୁ ଦୁଇ ଜଣ ମହାରାଷ୍ଟ୍ରରୁ ଫେରିଥିବା ବେଳେ ଜଣେ ତାମିଲନାଡୁ ଓ ଜଣେ ପଶ୍ଚିମବଙ୍ଗରୁ ଫେରିଥିଲେ । ମାଲକାନଗିରିର ଦୁଇ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ସମସ୍ତେ ତାମିଲନାଡୁ ଫେରନ୍ତା ଓ କ୍ୱାରେଂଟାଇନ ସେଂଟରରେ ଥିଲେ । ଜଗତସିଂହପୁର ଜିଲ୍ଲାର ଜଣେ ଆକ୍ରାନ୍ତ ଗୁଜରାତରୁ ଫେରିଥିଲେ ଓ ସେ କ୍ୱାରେଂଟାଇନ ସେଂଟରରେ ଥିଲେ ।
କଳାହାଣ୍ଡି ଜିଲ୍ଲାର ଚାରି ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣ ପଶ୍ଚିମ ବଙ୍ଗ ଫେରନ୍ତା ଓ ଦୁଇ ଜଣ ସ୍ଥାନୀୟ ଅଛନ୍ତି । ସେମେନା କ୍ୱାରେଂଟାଇନ ସେଂଟରରେ ଥିଲେ । ନୂଆପଡା ଜିଲ୍ଲାରେ ଆକ୍ରାନ୍ତ ଜଣଙ୍କ ମହାରାଷ୍ଟ୍ରରୁ ଫେରିଥିଲେ ଓ କ୍ୱାରେଂଟାଇନ ସେଂଟରରେ ଥିଲେ । ସେହିପରି ଢେଙ୍କାନାଳ ଜିଲ୍ଲାର ଜଣେ ଆକ୍ରାନ୍ତ ସୁରତରୁ ଫେରିଥିଲେ ଓ କ୍ୱାରେଂଟାଇନ ସେଂଟରରେ ଥିଲେ ।