-
ଜିଲ୍ଲାପାଳ ଓ ବ୍ରହ୍ମପୁର ଏସପି ଙ୍କୁ ଦେଲେ ଦାବିପତ୍ର
ସଙ୍ଗରୋଧ କେନ୍ଦ୍ରରେ ସେମାନେ କିପରି ଶୃଙ୍ଖଳିତ ଭାବେ ରହିବେ, ଉତ୍ତମ ଖାଦ୍ୟ ଖାଇବେ ଏବଂ ଆବଶ୍ୟକ ସ୍ଥଳେ ସେମାନଙ୍କର ଚିକିତ୍ସା କରାଯାଇ ପାରିବ ତାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ବିଭାଗ, ପୁଲିସ ଅଧିକାରୀ ସମସ୍ତେ ଦିନ ରାତିକୁ ଏକ କରି ଦେଇଛନ୍ତି ।
ନିସ୍ୱାର୍ଥପର ଭାବେ କରୋନାରୁ ମୁକ୍ତି ପାଇବା ପାଇଁ ଲୋକଙ୍କ ସେବା କରି ଆସୁଛନ୍ତି । ତେବେ ଏସବୁ ଭିତରେ ପ୍ରଶାସନିକ ଅଧିକାରୀଙ୍କ ପ୍ରତି ଦୁର୍ବବ୍ୟବହାର ଏବେ ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି । ବିଶେଷ କରି ଏପରି ଘଟଣାର ଶିକାର ଓଏଏସ୍ ଅଧିକାରୀ ହୋଇଥିବାରୁ ତାକୁ ନେଇ ଜିଲ୍ଲା ଓଏଏସ୍ ସଂଘ ଅସନ୍ତୋଷ ବ୍ୟକ୍ତ କରିବା ସହ ତାତି ଉଠିଛି ।
ପରେ ସଂଘ ପକ୍ଷରୁ ଏନେଇ ଗଞ୍ଜାମ ଜିଲ୍ଲାପାଳ ଓ ବ୍ରହ୍ମପୁର ଏସପିଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସ୍ମାରକ ପତ୍ର ପ୍ରଦାନ ବେଳେ ସଂଘର ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ତଥା ଡୁଡା ପିଡି ସୁଦାମ ଚରଣ ମଣ୍ଡଳ, ଡ଼େପୁଟି କଲେକ୍ଟର ଡ. ବିଜୟାନନ୍ଦ ସେଠୀ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଛତ୍ରପୁର ତହସିଲଦାର ନିଳମାଧବ ଭୋଇ, ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାସ, କୁକୁଡ଼ାଖଣ୍ଡି ତହସିଲଦାର ଡ ଇପ୍ସିତା ପ୍ରିୟ ଦର୍ଷନି ମିଶ୍ର ,ପାତ୍ରପୁର ତହସିଲଦାର ଶ୍ରୀନିବାସ ବେହେରା, ରଙ୍ଗେଇଲୁଣ୍ଡା ବିଡିଓ କେ. ନାଗଭୂଷଣଙ୍କ ସମେତ ସଂଘର ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ l ପ୍ରକାଶ ଥାଉକି ଯେ ମେ 20 ତାରିଖ ଗଞ୍ଜାମ ଥାନା ଅନ୍ତର୍ଗତ ଅଗସ୍ତି ନୂଆଗାଁ ଅସ୍ଥାୟୀ ଚିକିତ୍ସା ଶିବିର ପରିଦର୍ଶନ କରିବା ପାଇଁ ଯାଇଥିବା ବେଳେ ବାଟରେ ତେଲୁଗୁ ନୂଆଗାଁ ସ୍ଥିତ ଖେଳ ପଡିଆ କିଛି ସ୍ଥାନୀୟ ଯୁବକ କ୍ରିକେଟ ଖେଳୁ ଥିଲେ l ଏହାକୁ ବିଡ଼ିଓ ଶ୍ରୀ ଦାଶ ବାରଣ କରିଥିଲେ ସେମାନଙ୍କ ପାଖକୁ ଯାଇ ଘଉଡ଼ାଇ ଥିଲେ l ମାତ୍ର କିଛି ଯୁବକ ମାନେ ଉତକ୍ଷିପ୍ତ ହୋଇ ବିଡ଼ିଓ ଙ୍କ ସହ ପାଟିତୁଣ୍ଡ କରିବା ସହିତ ଆକ୍ରମଣ କରିଥିଲେ । ଏହାକୁ ନେଇ ଗଞ୍ଜାମ ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ ବିଡ଼ିଓ । ଏହି ଘଟଣାରେ ଗଞ୍ଜାମ ଥାନା ପୋଲିସ ଘଟଣାରେ ସମ୍ପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।