ଭୁବନେଶ୍ୱର – ରାଜ୍ୟରେ ୮୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୬୯ରେ ପହଂଚିଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୭୧ ଜଣ କ୍ୱାରେଂଟାଇନ ସେଂଟରରେ ଥିଲେ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ନୂତନ ୮୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଗଂଜାମ ଜିଲ୍ଲାରୁ ୧୯ ଜଣ ରହିଛନ୍ତି । ସେହିପରି ଯାଜପୁର ଜିଲ୍ଲାରୁ ୧୪, ପୁରୀ ଜିଲ୍ଲାରୁ ୧୭ ଜଣ, ବାଲେଶ୍ୱର ଜିଲ୍ଲାରୁ ୩ ଜଣ ଓ କଟକ ଜିଲ୍ଲାରୁ ଜଣେ ଆକ୍ରାନ୍ତ ରହିଛନ୍ତି ।
ସେହିପରି ସୁନ୍ଦରଗଡ ଜିଲ୍ଲାରୁ ୫ ଜଣ. ନୟାଗଡ ଜିଲ୍ଲାରୁ ୫ ଜଣ, ବଲାଙ୍ଗୀର ଜିଲ୍ଲାରୁ ଜଣେ, ମାଲକାନଗିରି ଜିଲ୍ଲାରୁ ୫ ଜଣ, କନ୍ଧମାଳ ଜିଲ୍ଲାରୁ ୨ ଜଣ, ଝାରସୁଗୁଡାରୁ ୩ ଜଣ, ଗଜପତି ଜିଲ୍ଲାରୁ ୪ ଜଣ ଓ ନବରଂଗପୁର ଜିଲ୍ଲାରୁ ଜଣେ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।
ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଗଜପତି ଜିଲ୍ଲାର ଚାରି ଜଣ ସଂକ୍ରମିତଙ୍କ ମଧ୍ୟରେ ଜଣେ ମହାରାଷ୍ଟ୍ର ଫେରନ୍ତା ଓ କ୍ୱାରେଂଟାଇନରେ ଥିଲେ । ବଳକା ତିନି ଜଣ ସ୍ଥାନୀୟ ସଂକ୍ରମିତ । ସେହିପରି ପୁରୀର ୧୭ ଜଣ ନୂଆ ଆକ୍ରାନ୍ତ ସମସ୍ତେ କ୍ୱାରେଂଟାଇନ ସେଂଟରରେ ଥିଲେ ଓ ଏମାନଙ୍କ ମଧ୍ୟରୁ ୧୧ ଜଣ ଗୁଜରାତ ଫେରନ୍ତା ଥିବା ବେଳେ ୪ ଜଣ ପଶ୍ଚିମ ବଙ୍ଗ ଫେରନ୍ତା ଓ ଜଣେ ଜଣେ ତାମିଲନାଡୁ ଓ ଆନ୍ଧ୍ର ପ୍ରଦେଶ ଫେରନ୍ତା ଥିବା ବିଭାଗ ପକ୍ଷରୁ କୁହା ଯାଇଛି ।
ସେହିପରି କନ୍ଧମାଳ ଜିଲ୍ଲାର ଦୁଇ ଜଣ ଆକ୍ରାନ୍ତ ତେଲେଙ୍ଗାନାରୁ ଫେରିଥିଲେ ତଥା ଉଭୟ କ୍ୱାରେଂଟାଇନ ସେଂଟରରେ ଥିଲେ । ସେହିପରି ଝାରସୁଗୁଡାର ତିନି ଜଣଙ୍କ ମଧ୍ୟରୁ ୨ ଜଣ ହୋମ କ୍ୱାରେଂଟାଇନ ଥିଲା ବେଳେ ଜଣେ କ୍ୱାରେଂଟାଇନ ସେଂଟରରେ ଥିଲେ । ଏମାନଙ୍କ ମଧ୍ୟରୁ ଜଣେ ମହାରାଷ୍ଟ୍ର ଫେରନ୍ତା ଓ ଜଣେ ଉତର ପ୍ରଦେଶ ଫେରନ୍ତା ହୋଇଥିବା ବେଳେ ଜଣେ ସ୍ଥାନୀୟ ଥିଲେ ବୋଲି କୁହା ଯାଇଛି ।
ସେହିପରି ଭାବେ ମାଲକାନଗିରି ଜିଲ୍ଲାର ୫ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୪ ଜଣ କ୍ୱାରେଂଟାଇନ ସେଂଟରରେ ଥିବା ବେଳେ ଜଣ ସ୍ଥାନୀୟ ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ତିନି ଜଣ ତାମିଲନାଡୁରୁ ଫେରିଥିବା ବେଳେ ଜଣେ ତାମିଲନାଡୁରୁ ଫେରିଥିବା କୁହା ଯାଇଛି । ସେହିପରି ନବରଂଗପୁରରୁ ଆକ୍ରାନ୍ତ ଜଣଙ୍କ ଆନ୍ଧ୍ର ପ୍ରଦେଶରୁ ଫେରିଥିଲେ ତଥା ସେ କ୍ୱାରେଂଟାଇନରେ ଥିଲେ । ବଲାଙ୍ଗୀରରେ ଜଣେ ଆକ୍ରାନ୍ତ ତେଲଙ୍ଗାନାରୁ ଫେରିଥିଲେ ଓ କ୍ୱାରେଂଟାଇନ ସେଂଟରରେ ଥିଲେ ।