ଗଞ୍ଜାମ– ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ପି. ରାମଚନ୍ଦ୍ରପୁର ଗ୍ରାମରେ କରାଯାଇଥିବା କ୍ୱାରେଂଟାଇନ ସେଂଟର ୫୪ ଜଣ ପ୍ରବାସୀ ରହିଥିବା ବେଳେ କେନ୍ଦ୍ରରେ ପାନୀୟ ଜଳ ବ୍ୟବସ୍ଥା ଓ ବିଦ୍ୟୁତ ବ୍ୟବସ୍ଥା କରାଯାଇନଥିବାରୁ ଗରମ ଓ ଗୁଳୁଗୁଳିରେ ଅତିଷ୍ଠ ହୋଇପଡିଥିଲେ ଅନ୍ତେବାସୀ । ଘଟଣାର ପ୍ରତିବାଦ କରିବା ସହିତ ଆଜି ସକାଳେ ସେମାନେ କେନ୍ଦ୍ର ବାହାରକୁ ଆସି ସୋରଡ଼ା-ଆସିକା ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ । ଖବର ପାଇ ଧରାକୋଟ ବିଡ଼ିଓ କେନ୍ଦ୍ରକୁ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ ସହିତ ବିଦ୍ୟୁତ ସେବା ବ୍ୟବସ୍ଥା କରିବା ପରେ ରାସ୍ତାରୋକ ହଟିଥିଲା ।
Related Stories
November 23, 2024