ଗଞ୍ଜାମ– ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବନଖଣ୍ଡ ଅନ୍ତର୍ଗତ କୁକୁଡ଼ାଖଣ୍ଡି ବ୍ଲକ୍ ଅନନ୍ତାଇ ଗ୍ରାମ ପଛ ପାଶ୍ୱର୍ ପାହାଡ଼ ନିକଟରେ ଗତ ଗୁରୁବାର ଠାରୁ ଶିକାରୀ ଫାଶରେ ଏକ ଭାଲୁ ପଡି ଯାଇଥିଲା । ଭାଲୁଟିକୁ ଉଦ୍ଧାର ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ବନ ବିଭାଗକୁ ଅବଗତ କରାଯାଇଥିଲା । ଦୀର୍ଘ ୩୬ ଘଂଟା ପରେ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଂଚି ଭାଲୁଟିକୁ ବନ୍ଧନ ମୁକ୍ତ କରି ନିକଟସ୍ଥ ଜଙ୍ଗଲରେ ଛାଡିଛନ୍ତି । ବାରହା ଶିକାର ପାଇଁ କେହି ଜାଲ ବିଛାଇଥିବା ବେଳେ ଭାଲୁଟି ଖାଦ୍ୟ ଅନ୍ୱେଷଣରେ ଆସି ଏହି ଜାଲରେ ପଡିଥିବା ଅନୁମାନ କରାଯାଉଛି ।
Related Stories
November 23, 2024