
ମାଲକାନଗିରି-ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ସୁକୁମା ଜିଲ୍ଲା ଗାଦିରାସ ଥାନା ଅନ୍ତର୍ଗତ ମାନକପାଳ ଜଙ୍ଘଲରେ ଟପ ମାଓନେତା ମାନେ ଆସି ରହିଥିବା ସୂଚନା ପାଇଁ ଆଜି ଡ଼ିଆରଜି ଯବାନ ମାନେ କୁମିଙ୍ଗ ଅପରେସନ ରେ ଯାଇଥିଲେ !ଦିନ ୧ ଘଣ୍ଟା ରେଯବାନ ଓ ମାଓବାଦୀଙ୍କ ମଧ୍ୟରେ ଦୀର୍ଘ ସମୟଧରି ଗୁଳିବିନିମୟ ହୋଇଥିଲା ! ଏଥିରେ ଦୁଇ ଜଣ ମାଓବାଦୀ ମୃତୁ ବରଣ କରିଥିବାବେଳେ ସେମାଙ୍କ ଠାରୁ ୨ ଟି ପିସ୍ତଲ ଓ ଗୋଟିଏ ଗୁଳି ଭର୍ତି ବନ୍ଧୁକ ଜବତ ହୋଇ ଥିବା ସୁକୁମା ଏସ ପି ସଲ୍ଲଭ ସିଂନା ଜଣାଇଛନ୍ତି !ମୃତ ମାଓବାଦୀମାନେ ହେଲେ ମଲାଙ୍ଗୀରି ଏରିଆ କିମିଟି କମାଣ୍ଡର ଗୁଣ୍ଡାଧୃର ଓ ଏରିଆ କମିଟି ସଦସ୍ୟ ଆଇତୁ !