ନୂଆଦିଲ୍ଲୀ– କରୋନା କାରଣରେ ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୫୩ ଲକ୍ଷ ନିକଟତର ହୋଇଛି । ଶନିବାର ସକାଳ ସାଢ଼େ ୬ଟାରେ ସାରା ବିଶ୍ୱରେ ୫୨ ଲକ୍ଷ ୯୮ ହଜାର ୧୮୫ ଜଣ କରୋନା ଭାଇରସ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିଭଳି ୩ ଲକ୍ଷ ୩୯ ହଜାର ୪୧୮ ଜଣଙ୍କ ମୃତ୍ୟୁ ହୋଇସାରିଛି । ଗୋଟିଏ ଦିନରେ ୧ ଲକ୍ଷ ୭ ହଜାର ୬୯୪ ଜଣ ନୂଆଁ ପଜିଟିଭ ଚିହ୍ନଟ ହୋଇଛନ୍ତି । ୨୧ ଲକ୍ଷ ୫୬ ହଜାର ୨୫୩ ଜଣ ସୁସ୍ଥ ହୋଇଥିବା ବେଳେ ୨୮ ଲକ୍ଷ ୨ ହଜାର ୫୧୪ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୪୪ ହଜାର ୧୦୯ ଜଣ ଗୁରୁତର ଅଛନ୍ତି ।
କରୋନା ଭାଇରସରେ ସଂଯୁକ୍ତ ରାଷ୍ଟ୍ର ଆମେରିକା ଅଧିକ କଷ୍ଟ ପାଇଛି । ଏଠାରେ ୧୬ ଲକ୍ଷ ୪୫ ହଜାର ୭୪ ଜଣ ଆକ୍ରାନ୍ତ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ହେଉଛି ୯୭ ହଜାର ୬୪୦ ଜଣ । ମୋଟ ୪ ଲକ୍ଷ ୩ ହଜାର ୯୬ ଜଣ ସୁସ୍ଥ ହୋଇଥିବା ବେଳେ ୧୭ ହଜାର ୧୦୯ ଜଣ ଗୁରୁତର ଅଛନ୍ତି । ଆମେରିକା ପରେ କରୋନା ଭାଇସରରେ ବ୍ରାଜିଲ, ଋଷିଆ, ସ୍ପେନ ଓ ବ୍ରିଟେନ ସଂଷର୍ଷ କରୁଛନ୍ତି ।