ଭୁବନେଶ୍ୱର। ବ୍ରହ୍ମପୁରରେ ଲକଡାଉନ ନିୟମ ଉଲ୍ଲଂଘନରେ ଗତ ୨୪ ଘଂଟା ମଧ୍ୟରେ ଛଅ ଜଣଙ୍କୁ ଗିରଫ କରା ଯାଇଛି । ଛଅଟି ମାମଲା ରୁଜୁ କରା ଯାଇଥିବା ସହ ଏହି ଅବଧି ମଧ୍ୟରେ ୨୨୨ ଟି ବାହନରେ ଚାଲାଣ କଟା ଯାଇଥିବା ବ୍ରହ୍ମପୁର ଏସପି ସୂଚନା ଦେଇଛନ୍ତି ।
ସେହିପରି ଏହି ସମୟ ମଧ୍ୟରେ ମାସ୍କ ପିନ୍ଧି ନଥିବା ଅଭିଯୋଗରେ ୩୩ ଜଣଙ୍କ ଠାରୁ ଜୋରିମାନା ଆଦାୟ କରା ଯାଇଥିବା ବେଳେ ୧୪୯ ଲିଟର ମଦ ଜବତ କରା ଯାଇଛି ।