ଭୁବନେଶ୍ୱର– ରାଜ୍ୟରେ ଅମ୍ଫାନ ବାତ୍ୟା କାରଣରୁ ୧୫୧ କିମି ଗ୍ରାମ୍ୟ ରାସ୍ତା କ୍ଷତିଗ୍ରସ୍ତ ହୋଇଛି । ରାଜ୍ୟରେ ଗ୍ରାମ୍ୟ ସଡକ ଗୁଡିକୁ ହୋଇଥିବା କ୍ଷୟ କ୍ଷତିକୁ ନେଇ ରୁରାଲ ବାର୍କ୍ସ ଇଂଜିନିୟର ଇନ ଚିଫ ରାଜ୍ୟ ସରକାରଙ୍କୁ ଦେଇଥିବା ରିପୋର୍ଟରେ ଏହା କୁହା ଯାଇଛି ।
ଗ୍ରାମ୍ୟ ଉନ୍ନୟନ ସଚିବଙ୍କୁ ଦିଆ ଯାଇଥିବା ଏହି ରିପୋର୍ଟରେ ସେ ଦର୍ଶା ଯାଇଛି ଯେ ବାତ୍ୟା କାରଣରୁ ପ୍ରଭାବିତ ହୋଇଥିବା ରାସ୍ତାକୁ ମରାମତି ଓ ଠିକ କରିବା ପାଇଁ ୩ କୋଟି ୮ ଲକ୍ଷ କୋଟି ଟଙ୍କାର ଆବଶ୍ୟକତା ଥିବା ଆକଳନ କରା ଯାଇଛି । ସେହିପରି ରାସ୍ତା ସଫା କରିବା ପାଇଁ ୫୦.୯୨ ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି ।