
ଗଞ୍ଜାମ– ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ବି.ତୁରୁବୁଡ଼ି ପଚାଂୟତର ନରେନ୍ଦ୍ରପୁର ଗ୍ରାମରେ ଗତକାଲି ରାତିରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ଗ୍ରାମର ପି. ସମେଶ୍ୱର ରେଡ୍ଡୀ ନାମକ ଜଣେ ମାନସିକ ବିକୃତି ଯୁବକ ଏକ ଧାରୁଆ ଛୁରୀ ସାହାଯ୍ୟରେ ନିଜ ଡ଼ାହାଣ ହାତର ପାପୁଲିକୁ କାଟି ପଲିଥିନରେ ଧରି ଗ୍ରାମରେ ବୁଲୁଥିବା ବେଳେ ଗ୍ରାମବାସୀ ସମ୍ପୃକ୍ତ ଯୁବକକୁ କାବୁ କରି ଦିଗପହଣ୍ଡି ଡ଼ାକ୍ତରଖାନାରେ ଭର୍ତି କରିଥିଲେ ।
ଯୁବକ ଜଣକ ଗତକାଲି ରାତିରେ ନିଜ ଘର ବାରିପଟରେ ବସିଥିବା ବେଳେ ଯୁବକର ମା ବାରଣ୍ଡାରେ ବସି ପଡ଼ୋଶୀଙ୍କ ସହିତ କଥା ହେଉଥିଲେ । କିଛି ସମୟ ପରେ ଯୁବକ ଜଣକ ନିଜ ହାତର କଟା ପାପୁଲିକୁ ଏକ ପଲିଥିନରେ ଧରି ବାହାରକୁ ଆସିବା ଦେଖି ମା ଭୟଭିତ ହୋଇ ଘର ବାହାରକୁ ଯାଇ ସାଇପଡ଼ିଶାଙ୍କୁ ଏ ସମ୍ପର୍କରେ ଜଣାଇଥିଲେ । ଗ୍ରାମବାସୀଙ୍କ ସହାୟତାରେ ସମ୍ପୃକ୍ତ ଯୁବକକୁ ଦିଗପହଣ୍ଡି ଡ଼ାକ୍ତରଖାନାରେ ଭର୍ତି କରାଯାଇଥିଲା । ପରେ ତାକୁ ଅଧିକ ଚିକିତ୍ସା ନିମନ୍ତେ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।