
ପୁରୀ– ପୁରୀ ଜିଲ୍ଲାରୁ ଆଜି ନୂଆ ୧୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୫ କୁ ବୃଦ୍ଧି ପାଇଛି ।
ଚିହ୍ନଟ ହୋଇଥିବା ୧୭ ଆକ୍ରାନ୍ତଙ୍କ ସମ୍ପର୍କରେ ତଥ୍ୟ ଦେଇ ଜିଲ୍ଲାପାଳ ବଲୱନ୍ତ ସିଂହ କହିଛନ୍ତି ଯେ, ୧୭ ରୁ ୧୧ ଜଣ କାକଟପୁର ବ୍ଲକର, କଣାସ ବ୍ଲକରୁ ୪ ଜଣ ଓ ଅସ୍ତରଙ୍ଗ ବ୍ଳକରୁ ୨ ଜଣ ରହିଛନ୍ତି । ଏମାନଙ୍କ ମଧ୍ୟରେ ୧୧ ଜଣ ଗୁଜୁରାଟ, ୪ ଜଣ ପଶ୍ଚିମବଙ୍ଗ, ଆନ୍ଧ୍ରରୁ ଜଣେ ଏବଂ ଜଣେ ତାମିଲନାଡ଼ୁ ଫେରନ୍ତା ରହିଛନ୍ତି । ଏମାନେ ସମସ୍ତେ କ୍ୱାରେଂଟାଇନରେ ଥିଲେ । ତେବେ କାହାରି ଲକ୍ଷଣ ନଥିବା କହିଛନ୍ତି ଜିଲ୍ଲାପାଳ ।