ଭଦ୍ରକ – ବ୍ୟାପକ ଆୟୋଜନ ମଧ୍ୟରେ ୧୯୪୨ ମସିହା ଭାରତ ଛାଡ଼ ଆନ୍ଦୋନଳରେ ସଂଗଠିତ ଐତିହାସିକ ଲୁଣିଆ ଗୁଳିକାଣ୍ଡର ୭୭ତମ ସହିଦ ସ୍ମାରକୀ ଦିବସ ଧାମନଗର ବ୍ଳକର ସହିଦନଗର ଠାରେ ପାଳିତ ହୋଇଯାଇଛି । ପ୍ରାତଃରେ ସହିଦ ସ୍ମୃତିରକ୍ଷା କମିଟି ପକ୍ଷରୁ ସ୍ଥାନୀୟ ଶତାଧିକ ଛାତ୍ରଛାତ୍ରୀ, ସ୍ମୃତିରକ୍ଷା କମିଟିର ସଦସ୍ୟ ଏବଂ ଆଞ୍ଚଳିକ ଜନସାଧାରଣଙ୍କୁ ନେଇ ପ୍ରଭାତ ଫେରି କାର୍ଯ୍ୟକ୍ରମ କରାଯାଇଥିଲା । ସହିଦ ସ୍ମୃତି କମିଟିର ସଭାପତି ବିଧାୟକ ବିଷ୍ଣୁ ସେଠୀଙ୍କ ଦ୍ୱାରା ତିଳତର୍ପଣ କରଯାଇଥିଲା । ଏଥିସହ ନିର୍ବାଚିତ ପ୍ରତିନିଧି, ସାଧାରଣ ନାଗରିକ ଏବଂ ବିଭିନ୍ନ ଦଳର ନେତୃମଣ୍ଡଳୀ ସହିଦ ସ୍ମୃତି ସ୍ତମ୍ଭରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଭଦ୍ରକ ଜିଲ୍ଳା ଆରକ୍ଷୀ ବିଭାଗ ପକ୍ଷରୁ ସହିଦଙ୍କ ସମ୍ମାନର୍ଥେ ତୋପ ସଲାମି ଦିଆଯାଇଥିଲା । ପୋଲିସ ବିଭାଗ ପକ୍ଷରୁ ଧାମନଗର ଏସଡ଼ିପିଓ ମନୋରଂଜନ ସାମଲ, ଧୂଷୁରୀ ଥାନା ଅଧିକାରୀ ପି.କେ ସିଂହ, ବିଜେପି ପକ୍ଷରୁ ଜିଲ୍ଳା ସାଧାରଣ ସମ୍ପାଦକ ଅଶୋକ ପୁହାଣ, ଜିଲ୍ଲା ଉପସଭାପତି ଚର୍ତୁଭୁଜ ନାୟକ, ଶ୍ରୀକାନ୍ତ ନାୟକ, ଅରବିନ୍ଦ ପତି, ରାଜେନ୍ଦ୍ର ସାହୁ, ଅଜୟ ବଳ, ସରୋଜ କୁଅଁର ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ବେଳେ ବିଜୁ ଜନତା ଦଳ ପକ୍ଷରୁ ସାଂସଦ ମଞ୍ଜୁଲତା ମଣ୍ଡଳ, ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ, ମୁକ୍ତିକାନ୍ତ ମଣ୍ଡଳ, ଧାମନଗର ବ୍ଳକ ଅଧ୍ୟକ୍ଷ ଅଶୋକ ନାୟକ, ବ୍ଳକ ବିଜେଡ଼ି ସଭାପତି ରଘୁନାଥ ଲେଙ୍କା, କଟସାହି ସରପଞ୍ଚ ଅଞ୍ଜନା ଲେଙ୍କା, କଂଗ୍ରେସ ପକ୍ଷରୁ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ରାଉତ, ନାରାୟଣ ପାଢୀ, ବିଦ୍ୟାଧର ଜେନା, ସୁରେନ୍ଦ୍ର ପଣ୍ଡା, ରମେଶ ବେହେରା, ଶ୍ରୀକାନ୍ତ ପଣ୍ଡା ପ୍ରମୁଖ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ସ୍ୱାଧିନତା ସଂଗ୍ରାମୀ ରାମହରି ଗୋସ୍ୱାମୀ, ବ୍ରଜ କିଶୋର ରାଉତ, ବୈଲୋଚନ ଜେନା, ଶ୍ୟାମସୁନ୍ଦର ବେହେରା ପ୍ରମୁଖ ସହିଦ ସ୍ତମ୍ଭରେ ମାଲ୍ୟାର୍ପଣ କରିଥିଲେ । ସେହିପରି ସିପିଆଇଏମ ପକ୍ଷରୁ ଚନ୍ଦ୍ରଶେଖର ନାୟକ, ପଞ୍ଚାନନ ପାଣିଗ୍ରାହୀ, ରମେଶ ସାହୁ ପ୍ରମୁଖ ଯୋଗଦେଇଥିଲେ । ଭଦ୍ରକ ଗାନ୍ଧୀ ବାଳାଶ୍ରମର ଅନ୍ତେବାସୀ ମାନେ ଏକ ଶୋଭାଯାତ୍ରାରେ ଆସି ସହିଦନଗରରେ ପହଂଚି ତ୍ୟାଗ ଭୂମିର ସମ୍ପାଦକ ଅଜୟ ନାୟକ, ଗାନ୍ଧୀ ବାଳାଶ୍ରମର ସମ୍ପାଦକ ଅଶୋକ ଦାସଙ୍କ ନେତୃତ୍ୱରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସହିଦନଗର କାଳୀ ପଡ଼ିଆରେ ସହିଦ ସ୍ମୃତି କମିଟି ପକ୍ଷରୁ ସ୍ୱାଧିନତା ସମ୍ପର୍କିତ ବାଲୁକା କଳା ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା । ବରିଷ୍ଠ ଚିତ୍ରଶିଳ୍ପୀ ଜୟନ୍ତ କୁମାର ନାୟକ ଏବଂ ସହଯୋଗୀ ମାନେ ଏହାକୁ ପ୍ରସ୍ତୁତ କରିଥିଲେ । ଅନୁରୂପ ଏକ ଝୋଟି ମୁରଜ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ସ୍ମୃତି କମିଟି ପକ୍ଷରୁ ସମ୍ପାଦକ ସରପଞ୍ଚ ଗୟାଧର ନାୟକ, ଦେବାଶିଷ ନାୟକ, ଶ୍ରୀକାନ୍ତ ପଣ୍ଡା, ସରୋଜ କୁଅଁର, ଧରଣୀ ପାଢୀ, ପ୍ରତାପ ପାଣିଗ୍ରାହୀ, ବୁଦ୍ଧିରାମ ସାହୁ, ରମାକାନ୍ତ ସେଠୀ, ରବି ସେନାପତି, ସତ୍ୟ ନାରାୟଣ ପଣ୍ଡା, ସନ୍ତୋଷ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
Related Stories
November 25, 2024