ନୂଆଦିଲ୍ଲୀ– ଘୂର୍ଣ୍ଣିବାତ୍ୟା ଅମ୍ଫନର ସ୍ଥିତି ସମୀକ୍ଷା କରିବା ଲାଗି ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଓ ପଶ୍ଚିମବଙ୍ଗ ଗସ୍ତରେ ଆସୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏକ ଟ୍ଵିଟ ଜରିଆରେ କହିଛି, “ଘୂର୍ଣ୍ଣିବାତ୍ୟା ଅମ୍ଫନର ସ୍ଥିତି ସମୀକ୍ଷା କରିବା ଲାଗି ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଓ ପଶ୍ଚିମବଙ୍ଗ ଗସ୍ତରେ ଆସୁଛନ୍ତି ।
ସେ ଆକାଶ ମାର୍ଗରୁ ପ୍ରଭାବିତ ଅଞ୍ଚଳଗୁଡିକ ପରିଦର୍ଶନ କରିବେ ଏବଂ ସମୀକ୍ଷା ବୈଠକରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିବେ” ।