ଭୁବନେଶ୍ୱର। ରାଜ୍ୟରେ ଆଉ ୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୧୧୮୯ରେ ପହଂଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଦିଆ ଯାଇଥିବା ସୂଚନା ଅନୁସାରେ ଏମାନଙ୍କ ମଧ୍ୟରୁ ୮୦ ଜଣ କ୍ୱାରେଂଟାଇନ ସେଂଟରରୁ ଚିହ୍ନଟ ହୋଇଥିବା ବେଳେ ଜଣେ କଂଟେନମେଂଟ ଜୋନ ଓ ପାଂଚ ଜଣ ସ୍ଥାନୀୟ ଲୋକ ସଂକ୍ରମିତ ହୋଇଛନ୍ତି ।
ଚିହ୍ନଟ ହୋଇଥିବା ୮୬ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଯାଜପୁର ଜିଲ୍ଲାରୁ ୪୬ ଜଣ, କଟକ ଜିଲ୍ଲାରୁ ୧୧ ଜଣ, ନୟାଗଡରୁ ୬ ଜଣ, ଗଂଜାମରୁ ୫ ଜଣ, ବାଲେଶ୍ୱରରୁ ୩ ଜଣ, ଭଦ୍ରକରୁ ୩ ଜଣ,କେନ୍ଦୁଝରରୁ ୩ ଜଣ, ଖୋର୍ଧାରୁ ୩ ଜଣ, ପୁରୀରୁ ୩ ଜଣ, ବଲାଙ୍ଗୀରରୁ ୨ ଜଣ ଓ ସୁନ୍ଦରଗଡରୁ ଜଣେ ରହିଛନ୍ତି ।