ଭୁବନେଶ୍ୱର । ରାଜ୍ୟରେ ଆଉ ୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୧୧୮୯ରେ ପହଂଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଦିଆ ଯାଇଥିବା ସୂଚନା ଅନୁସାରେ ଏମାନଙ୍କ ମଧ୍ୟରୁ ୮୦ ଜଣ କ୍ୱାରେଂଟାଇନ ସେଂଟରରୁ ଚିହ୍ନଟ ହୋଇଥିବା ବେଳେ ଜଣେ କଂଟେନମେଂଟ ଜୋନ ଓ ପାଂଚ ଜଣ ସ୍ଥାନୀୟ ଲୋକ ସଂକ୍ରମିତ ହୋଇଛନ୍ତି ।
ଚିହ୍ନଟ ହୋଇଥିବା ୮୬ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଯାଜପୁର ଜିଲ୍ଲାରୁ ୪୬ ଜଣ, କଟକ ଜିଲ୍ଲାରୁ ୧୧ ଜଣ, ନୟାଗଡରୁ ୬ ଜଣ, ଗଂଜାମରୁ ୫ ଜଣ, ବାଲେଶ୍ୱରରୁ ୩ ଜଣ, ଭଦ୍ରକରୁ ୩ ଜଣ,କେନ୍ଦୁଝରରୁ ୩ ଜଣ, ଖୋର୍ଧାରୁ ୩ ଜଣ, ପୁରୀରୁ ୩ ଜଣ, ବଲାଙ୍ଗୀରରୁ ୨ ଜଣ ଓ ସୁନ୍ଦରଗଡରୁ ଜଣେ ରହିଛନ୍ତି ।
ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲାର ତିନି ଜଣ ସଂକ୍ରମିତ ପଶ୍ଚିମ ବଙ୍ଗର ଫେରିଥିଲେ ଓ ସମସ୍ତେ କ୍ୱାରେଂଟାଇନ ସେଂଟରରେ ଥିଲେ । ସେହିପରି ପୁରୀ ଜିଲ୍ଲାର ତିନି ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇ ଜଣ ପଶ୍ଚିମ ବଙ୍ଗ ଫେରନ୍ତା ଓ ଜଣେ ଗୁଜରାତ ଫେରନ୍ତା ଥିବା ବେଳେ ସମସ୍ତେ କ୍ୱାରେଂଟାଇନ ସେଂଟରରେ ଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛିା
ସେହିପରି ନୟାଗଡ ଜିଲ୍ଲାର ୬ ଜଣଙ୍କ ମଧ୍ୟରୁ ସମସ୍ତେ ସୁରତ ଫେରନ୍ତା ଓ କ୍ୱାରେଂଟାଇନ କେନ୍ଦ୍ରରେ ଥିଲେ । କଟକରେ ୧୧ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ ପଶ୍ଚିମବଙ୍ଗରୁ ଫେରିଥିବା ବେଳେ ୩ ଜଣ ଗୁଜରାତରୁ, ୨ ଜଣ ତେଲେଙ୍ଗାନା ତଥା ଜଣେ ତାମିଲନାଡୁରୁ ଫେରିିଥିଲେ । ଏମାନଙ୍କ ମଧ୍ୟରୁ ଦଶ ଜଣ କ୍ୱାରେଂଟାଇନ ସେଂଟରରେ ଥିବା ବେଳେ ଜଣେ ସ୍ଥାନୀୟ ଲୋକ ଆକ୍ରାନ୍ତ ହୋଇଥିବା ଜଣା ପଡିଛିା
ସେହିପରି ବାଲେଶ୍ୱରର ପାଂଚ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଚାରି ଜଣ ମହାରାଷ୍ଟ୍ରରୁ ଫେରିଥିବା ବେଳେ ଜଣେ ତେଲେଙ୍ଗାନାରୁ ଫେରିଥିଲେ । ସମସ୍ତେ କ୍ୱାରେଂଟାଇନ ସେଂଟରରେ ଥିବା ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି ।
ସେହିପରି ଭାବେ ଗଂଜାମ ଜିଲ୍ଲାର ୫ଟି ମାମଲା ମଧ୍ୟରୁ ଦୁଇ ଜଣ ସୁରତ ତଥା ଜଣେ ତାମିଲନାଡୁ ଫେରନ୍ତା ହୋଇଥିବା ବେଳେ ଦୁଇ ଜଣ ସ୍ଥାନୀୟ ଲୋକ ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ତିନି ଜଣ କ୍ୱାରେଂଟାଇନ ସେଂଟରରେ ଥିବା ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ସେହିପରି ଯାଜପୁର ଜିଲ୍ଲାର ୪୬ ଜଣ ଆକ୍ରାନ୍ତ ସମସ୍ତେ କ୍ୱାରେଂଟାଇନ ସେଂଟରରେ ଥିଲେ । ଏମାନଙ୍କ ମଧ୍ୟରୁ ୩୭ ଜଣ ପଶ୍ଚିମ ବଙ୍ଗ ଫେରନ୍ତା, ଚାରି ଜଣ ୟୁଏଇ ଫେରନ୍ତା, ଜଣେ ଜଣେ ହରିୟାଣା, ଛତିଶଗଡର ଓ ତେଲଙ୍ଗାନା ଫେରନ୍ତା ରହିଥିବା ବେଳେ ୨ ଜଣ ତମିଲନାଡୁ ଫେରନ୍ତା ରହିଛନ୍ତି ।
ସୁନ୍ଦରଗଡରେ ପୂର୍ବବର୍ତୀ କଂଟେନମେଂଟ ଜୋନରୁ ଜଣେ ସଂକ୍ରମିତ ହୋଇଥିବା ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ଖୋର୍ଧା ଜିଲ୍ଲାରେ ୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ମହାରାଷ୍ଟ୍ର ଫେରନ୍ତା ହୋଇଥିବା ବେଳେ ଦୁଇ ଜଣ ସ୍ଥାନୀୟ ଲୋକ ରହିଥିବା ଜଣା ପଡିଛି । ସେହିପରି ଭଦ୍ରକର ତିନି ଜଣ ଆକ୍ରାନ୍ତ ମହାରାଷ୍ଟ୍ରରୁ ଫେରିଥିଲେ ତଥା ସମସ୍ତେ କ୍ୱାରେଂଟାଇନ ସେଂଟରରେ ଥିଲେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।