
ବ୍ରହ୍ମପୁର : ଦୈନିକ ଶହଶହ ପ୍ରବାସୀ ଆନ୍ଦ୍ରଦେଇ ବେଙ୍ଗଲୋର, ଚେନ୍ନାଇ, ବିଜୟୱାଡା, ଆଦି ଅଂଚଳରୁ ଫେରୁଥୁବା ବେଳେ ଓଡିଶା ସୀମାନ୍ତରେ ପୋଲିସ ପକ୍ଷରୁ ଯାଞ୍ଚ କରାଯାଇ ଓଡିଶା ସମେତ ବିଭନ୍ନ ରାଜ୍ୟକୁ ପଠାଇବା ବ୍ୟବସ୍ତା କରାଯାଉଥୁବା ବେଳେ ଏଠାରେ ସୋରଳ ପଞ୍ଚାୟତର ଗ୍ରାମ ବାସୀଙ୍କ ଅବଦାନ ଅତୁଳନୀୟ ବୋଲି କହିଲେ ଆତୁକ୍ତି ହେବ ନାହିଁ l କାରଣ ପୋଲିସ ଯେମିତି ପ୍ରବାସୀ ଓଡିଶାଙ୍କ ପାଇଁ ଯେମିତି ପଞ୍ଜୀକରଣ କରି ସୁବ୍ୟବସ୍ଥାରେ ନିଜନିଜ ଗାଁକୁ ଫେରିବା ପାଇଁ ଉଦ୍ୟମ କୋରୁଥୁବା ବେଳେ ସୋରଳ ଗ୍ରାମର ଗତ ୧୮ ତାରିଖରୁ କଇବର୍ତ୍ତକୁଳ ବଡସାହି ନୁରସିଂହନାଥ ଯୁବକ ସଙ୍ଘ ଦ୍ୱାରା ଦୈନିକ ହଜାରହଜାର ପ୍ରବାସୀଙ୍କୁ ରାନ୍ଧଖାଦ୍ୟ ପ୍ରଦାନ କରାଯାଉଥୁବା ଦେଖିବାକୁ ମିଳିଛି l ଏହାକୁ ତଦାରଖ ପାଇଁ ସମାଜସେବୀ ନିରଞ୍ଜନ ବେହେରାଙ୍କ ତତ୍ତ୍ୱବୋଧରେ ସୋରଳ କେଉଟସାହି,ରେଡି ସାହି, ସାନସାହି, ବସଷ୍ଟାଣ୍ଡ ସାହି ଆଦି ପାଳି କରି ହଜାର ହଜାର ପ୍ରବାସୀଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରୁଛନ୍ତି l ଏଥିପାଇଁ ପରିଚାଳନା ନିମନ୍ତେ ସୋମରଥ ଦାସ, ଫକୀର ବେହେରା,ପରମା ବେହେରା,ଭଗବାନ ବେହେରା,ବ୍ରହ୍ମା ବେହେରା, ପ୍ରମୁଖ ସହଯୋଗ କରୁଥୁବା ଦେଖିବାକୁ ମିଳିଛି l ଏପରି ସହାୟତାର ହାତ ବଢ଼େଇଥିବରୁ ଅଞ୍ଚଳବାସି ସାଧୁବାଦ ଜଣେଇଛନ୍ତି l ପ୍ରବାସୀ ମାନଙ୍କ ଆଗମନରେ ଏପରି କାର୍ଯ୍ୟକ୍ରମ ଜାରି ରହିବ ବୋଲି ଶ୍ରୀବେହେରା କହିଛନ୍ତି l