
bhubanewar -କେତେ କମ୍ ସଂଖ୍ୟାରେ ସେବାୟତ ସ୍ନାନପୂର୍ଣ୍ଣିମା ନୀତି କରିପାରିବେ ସେ ନେଇ ଆସନ୍ତା ୨୫ ତାରିଖ ସୁଦ୍ଧା ଜଣାଇବେ । ସେମାନେ ପାଶ୍ ନେଇ ମନ୍ଦିର ଚାରିଦ୍ୱାର ମଧ୍ୟରେ ପ୍ରବେଶ କରିପାରିବେ । ବିନା ଭକ୍ତରେ ସ୍ନାନପୂର୍ଣ୍ଣିମା ନୀତି ନେଇ ଶ୍ରୀମନ୍ଦିର ପ୍ରଶା 1ସନ ଓ ଛତିଶା ନିଯୋଗ ବୈଠକରେ ଆଜି ଏନେଇ ଆଲୋଚନା ହୋଇଛି
୪ର୍ଥ ପର୍ଯ୍ୟାୟ ଲକଡାଉନ୍ ଅବଧି ସରିବା ପରେ ଜୁନ୍ ୧ ସୁଦ୍ଧା ଏନେଇ ସ୍ପଷ୍ଟ ହେବ । କୋଭିଡ୍-୧୯ ରେ ଯାହା ନିର୍ଦ୍ଦେଶନାମା ଆସିବ ସେହି ଅନୁସାରେ ପଦକ୍ଷେପ ନିଆଯିବ ।ବୈଠକରେ ରଥଟଣା ନେଇ ମଧ୍ୟ ଆଲୋଚନା ହେବ । ସେବାୟତ ମାନେ ନିଜେ ରଥଟାଣିବା ପାଇଁ ବୈଠକରେ ପ୍ରସ୍ତାବ ଦେଇଛନ୍ତି
ଛତିଶା ନିଯୋଗ ଓ ପରିଚାଳନା କମିଟି ବୈଠକରେ ଆଲୋଚନା ହୋଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ସେପଟେ ରଥନିର୍ମାଣ ସଂପୃକ୍ତ ସେବକଙ୍କ କୋଭିଡ୍ ଟେଷ୍ଟ୍ ରିପୋର୍ଟ୍ ପ୍ରଶାସନର ହସ୍ତଗତ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଆସିଥିବା ସମସ୍ତ ରିପୋର୍ଟ୍ ନେଗେଟିଭ୍ ରହିଛି । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ କ୍ରୀଷନ୍ କୁମାର୍ ସୂଚନା ଦେଇଛନ୍ତି