-
ବୈଦ୍ୟନାଥପୁର ପୋଲିସର ତାଗିଦ୍ପରେ ମାମଲା ସମାଧାନ
ବ୍ରହ୍ମପୁର: ବ୍ରହ୍ମପୁର ଲାଞ୍ଜିପଲ୍ଲୀସ୍ଥିତ କୃଷ୍ଣନଗରରେ ଏକ ୯୦୦ ସ୍କୁଆରଫୁଟ ଜାଗା କରିଥିଲେ ସଞ୍ଜୁକ୍ତା ପାଣିଗ୍ରାହୀ । ତେବେ ସେ ଜାଗାରେ ବର୍ତ୍ତମାନ ଘର କାମ ଆରମ୍ଭ କରିଥିବା ବେଳେ ସେହି ଜାଗାକୁ ଲାଗି ଭୁବନେଶ୍ୱରର ସିବିଆଇ ଅଫିସ୍ରେ କାର୍ଯ୍ୟରତ ଜଣେ କନେଷ୍ଟବଳ ଜି.ରମାମୂର୍ତ୍ତି ରେଡ୍ଡୀଙ୍କ ଜାଗା ଥିବାରୁ ସେ ସଞ୍ଜୁକ୍ତାଙ୍କୁ ବିରୋଧକରି ଧମକାଉଥିଲେ । ରାମମୂର୍ତ୍ତି ତାଙ୍କ ଜାଗା ପରିବର୍ତ୍ତେ ସଞ୍ଜୁକ୍ତାଙ୍କ ଜାଗାକୁ ନେବାପାଇଁ ଚାହୁଁଛନ୍ତି । ତେବେ ବୁଧବାର ସଞ୍ଜୁକ୍ତା ନୂତନ ଘର କାମ ଲଗାଇ ବୁଗୁଡା ଯାଇଥିବା ବେଳେ ଉକ୍ତ ସ୍ଥାନରେ ଜି.ରାମମୂର୍ତ୍ତି ପହଞ୍ôଚ ସଞ୍ଜୁକ୍ତାଙ୍କ ମା’ଙ୍କୁ ଧମକେଇବା ସହ କାର୍ଯ୍ୟରତ ମିସ୍ତ୍ରୀଙ୍କୁ ଘରକାମ ବନ୍ଦ କରିବାକୁ ଧମକ ଦେଇଥିଲେ । ପରେ ସଞ୍ଜୁକ୍ତା ଏ ସମ୍ପର୍କରେ ଜାଣିବାପରେ ମାନବାଧିକାର ଓଡ଼ିଶା ଶାଖାର ପ୍ରଦେଶ ଅଧ୍ୟକ୍ଷ ଡା. ଭବାନୀଶଙ୍କର ଦାସଙ୍କ ଦ୍ୱାରସ୍ଥ୍ୟ ହୋଇଥିଲେ । ଶ୍ରୀ ଦାସ ଗୁରୁବାର ଏହି ମାମଲାକୁ ନେଇ ସ୍ଥାନୀୟ ବୈଦ୍ୟନାଥପୁର ଥାନାରେ ପହଞ୍ôଚ ଏହି ମାମଲାର ସମାଧାନ କରିଥିଲେ । ଥାନାଧିକାରୀ ପୋଲିସ ଅଧିକାରୀ ଜି.ରାମମୂର୍ତ୍ତିଙ୍କୁ ଡକାଇ କଠୋର ତାଗିଦ୍ କରିବା ସହ ଆଗାମୀ ଭବିଷ୍ୟତରେ ଯଦି ସଞ୍ଜୁକ୍ତାଙ୍କ ତରଫରୁ କୌଣସି ଅଭିଯୋଗ ଆସେ ତେବେ ସେ ଆଇନ୍ ଅନୁଯାୟୀ ପଦକ୍ଷେପ ନେବେ ବୋଲି କହିଥିଲେ । ରାମମୂର୍ତ୍ତି ଆଗାମୀଦିନରେ ସଞ୍ଜୁକ୍ତାଙ୍କୁ କୌଣସି ହଇରାଣ ନକରିବା ପାଇଁ ଥାନାଧିକାରୀଙ୍କୁ ଲିଖିତ ଭାବେ ଦେଇଥିଲେ ।