-
ମେକ୍ସ ପିକ୍ଅପ୍, ବାଇକ୍ ଜବତ
ବ୍ରହ୍ମପୁର: ବ୍ରହ୍ମପୁର ସଦର ଅବକାରୀ ବିଭାଗ ପକ୍ଷରୁ ଗୁରୁବାର ଦିନ ଗୋପାଳପୁର ଥାନା ଅନ୍ତର୍ଗତ ନାରାୟଣପୁର ଛକ ଠାରେ ପାଟ୍ରୋଲିଂ କରୁଥିବା ବେଳେ ଏକ ମେକ୍ସ ପିକ୍ଅପ୍ ଗାଡି(ଓଡି.୦୭.ଡି-୨୦୧୫)ରେ ୩୦୦ଲିଟର ଦେଶୀ ମଦ ପାଉଚ ଧରି ଯାଉଥିବା ଗାଡିଟି ଦ୍ରୁତଗତିରେ ଗୋପାଳପୁରପଟକୁ ଯାଇଥିଲା । ତାର ପିଛାକରି ଅବକାରୀ ବିଭାଗ ଅଧିକାରୀମାନେ ଗାଡିକୁ ଜବତ କରିବା ସହ ଗାଡିରେ ଥିବା ୩୦୦ଲିଟର ଦେଶୀ ମଦ ଜବତକରି ୨ଜଣକୁ ଗିରଫ କରିଥିଲେ । ଠିକ୍ ସେହି ସମୟରେ ଗୋପାଳପୁରପଟକୁ ୧୦ଲିଟର ଦେଶୀ ମଦ ପାଉଚ ଧରି ଯାଉଥିବା ଟିଭିଏସ୍ ଆପାଚି ବାଇକ୍ ନମ୍ବର ଓଡି.୦୭.ଏସ୍-୯୫୯୩କୁ ଅଟକାଇ ଯାଞ୍ଚ ବେଳେ ଅବକାରୀ ବିଭାଗ ହାତରେ ଧରାପଡିଥିଲା । ଏହି ୨ଟି ମାମଲାରେ ଅବକାରୀ ବିଭାଗ ନୋଳିଆ ନୂଆଗାଁର ଜେ.ନାରାୟଣ, ଏସ୍.ସନ୍ନ୍ୟାସୀ ଓ ଏ.ଗୁରେଆକୁ ଗିରଫକରି କୋର୍ଟଚାଲାଣ କରିଛନ୍ତି । ଅବକାରୀ ବିଭାଗ ପକ୍ଷରୁ ଇନ୍ସିପେକ୍ଟର ରୋଶନ ହଂସଦା, ଏସ୍ଆଇ ଶ୍ରୀଧର ମହାନ୍ତି, ଗୋପାଳପୁର ଓଆଇସି ସନ୍ତୋଷ ସାହୁ, ଏସ୍ଆଇ ସୁଦର୍ଶନ ବିଷୋୟୀ ଓ ବସନ୍ତ ବେହେରାଙ୍କ ସମେତ କନେଷ୍ଟବଳ ବଳରାମ ବେହେରା, ଏନ୍.ତ୍ରିପତୀ, ସୁଧାକର ଶବର, ଡି.ହରିବନ୍ଧୁ, ଶହୀବ ଶବର ପ୍ରମୁଖ ଚଢ଼ାଉରେ ସାମିଲ୍ ହୋଇଥିଲେ । ସୂଚନାଥାଉକି, ବ୍ରହ୍ମପୁର ଅବକାରୀ ଅଧ୍ୟକ୍ଷ ରାମଚନ୍ଦ୍ର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଲକ୍ ଡାଉନ୍ ସମୟରେ ବିଭିନ୍ନ ଅଞ୍ଚଳରେ ଚଢ଼ାଉକରି ବିପୁଳ ପରିମାଣରେ ଦେଶୀ ମଦ ଜବତ କରିବା ସହ ନକଲି ଦେଶୀ ମଦ କାରଖାନା ଠାବ କରିବା ସହ ପୋଚ ନଷ୍ଟ କରାଯାଇଛି ।