ରାଉରକେଲା– ରାଉରକେଲା ଷ୍ଟେସନ ଅଂଚଳ, ମଧୁସୂଦନ ମାର୍ଗ ଏବଂ ନୂଆ ବସଷ୍ଟାଣ୍ଡ ଅଂଚଳରେ ପ୍ରଶାସନ ପକ୍ଷରୁ ୧୪୪ ଜାରୀ କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ ଆବୋଲି ସୁନିଲ ନର୍ବାଣେ । ଗୁରୁବାର ଦିନ ୧୨ଟା ଠାରୁ ରାତି ୧୨ ଟା ପର୍ଯ୍ୟନ୍ତ ଏହି ଧାରା ବଳବତର ରହିବ । ଆନ୍ଧ୍ରପ୍ରଦେଶରୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଶତାଧିକ ପ୍ରବାସୀ ଶ୍ରମିକଙ୍କୁ ନେଇ ଆଜି ସଂନ୍ଧ୍ୟା ସୁଦ୍ଧା ରାଉରକେଲାରେ ପହଂଚିବାକୁ ଥିବାରୁ ଏହାକୁ ଦୃଷ୍ଟିିରେ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।
ଏପରିକି ଏହି ସମୟ ମଧ୍ୟରେ ସମ୍ପୃକ୍ତ ଅଂଚଳକୁ ବାହାରର କୌଣସି ଗାଡି ପ୍ରବେଶ କରିପାରିବ ନାହିଁ । କେବଳ ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀ ସମ୍ପୃକ୍ତ ଅଂଚଳକୁ ପ୍ରବେଶ ଓ ପ୍ରସ୍ଥାନ କରିପାରିବେ । ଏତଦ୍ ବ୍ୟତୀତ ଏସବୁ ସ୍ଥାନରେ ଦୋକାନ ବଜାର ବନ୍ଦ ରଖିବାକୁ ପ୍ରଶାସନ ପକ୍ଷରୁ ଆଜି ସକାଳୁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରାଯାଇଛି । ଶ୍ରମିକ ମାନେ ଏଠାରେ ପହଂଚିବା ପରେ ପ୍ରଥମେ ସମସ୍ତଙ୍କର ସ୍କ୍ରିନିଂ କରାଯିବ ଏବଂ ଏହାପରେ ନିଜ ନିଜ ଅଂଚଳକୁ ପଠାଯିବାର ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି ।