
ଅନୁଗୁଳ-ଅନୁଗୁଳ ଜିଲ୍ଲା ପ୍ରଶାସନ ଦ୍ୱାରା ମିଳି ଥିବା ସୂଚନା ମୁତାବକ ଜିଲ୍ଲାରେ 2990 ଟି ନମୁନା ର ରିପୋର୍ଟ ହସ୍ତଗତ ହୋଇଛି।ଏଥି ମଧ୍ୟରୁ 19 ଜଣ କୋରନା ପୋଜିଟିଭ ଭାବେ ଚିହ୍ନଟ ହୋଇଛନ୍ତି।ତେବେ ଗୁରୁବାର ସୁଦ୍ଧା ଜିଲ୍ଲାରୁ 3947 ଟି ନମୁନା ସଂଗ୍ରହ କରାଯାଇ ଅଛି।ଅବଶିଷ୍ଟ 957 ଟି ନମୁନା ର ରିପୋର୍ଟ ଖବର ଲେଖା ହେବା ପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ।ଆପଣଙ୍କ ଅବଗତି ନିମନ୍ତେ ଜଣାଇବାକୁ ଚାହୁଁ କି ଚଳିତ ମାସ 10 ତାରିଖରେ 15 ଜଣ,19ତାରିଖରେ 2 ଜଣ ଓ 20 ତାରିଖରେ 2 ଜଣ କୋବିଡ଼- 19 ଚିହ୍ନଟ ହୋଇଛନ୍ତି।ସମସ୍ତ ରୋଗୀଙ୍କୁ ତାଳଚେର ସ୍ଥିତ କୋବିଡ଼ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରି ଚିକିତ୍ସା କରାଯାଉଛି।19 ଜଣ ମଧ୍ୟରୁ 18 ଜଣ ସରକାରୀ ସଙ୍ଗରୋଧ ରେ ଥିବା ବେଳେ ଜଣେ ସ୍ଥାନୀୟ ବାସିନ୍ଦା ଘରେ ସଙ୍ଗରୋଧ ରେ ଥିଲେ।