ଭୁବନେଶ୍ୱର। ରାଜ୍ୟରେ ଆଉ ୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୧୧୦୩ରେ ପହଂଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।
ଚିହ୍ନଟ ହୋଇଥିବା ୫୧ ଜଣ ଆକ୍ରାନ୍ତଙ୍କ ମଧ୍ୟରେ କଳାହାଣ୍ଡି ଜିଲ୍ଲାରୁ ୧୧ ଜଣ (ଗତକାଲି ଜିଲ୍ଲାପାଳ ସୂଚନା ଦେଇଥିଲେ), ଗଂଜାମ ଜିଲ୍ଲାରୁ ୪ ଜଣ, ଯାଜପୁରରୁ ୫ ଜଣ, କଟକରୁ ୯ ଜଣ, ପୁରୀରୁ ଜଣେ, ଜଗତସିଂହପୁରରୁ ୨ ଜଣ, ନୟାଗଡରୁ ୧୧ଜଣ, ଅନୁଗୁଳରୁ ୨ ଜଣ. ସମ୍ବଲପୁରରୁ ୨ ଜଣ, ମାଲକାନଗିରିରୁ ଜଣେ, ମୟୁୁରଭଂଜରୁ ୩ ଜଣ ଆକ୍ତାନ୍ତ ଚିହ୍ନଟ ହୋଇଛନ୍ତି ।
ଏମାନଙ୍କ ମଧ୍ୟରୁ ୪୮ଟି ମାମଲା କ୍ୱାରେଂଟାଇନ ସେଂଟରର ହୋଇଥିବା ବେଳେ ତିନି ଜଣ ସ୍ଥାନୀୟ ଲୋକ ସଂକ୍ରମିତ ହୋଇଥିବା ଜଣା ପଡିଛି ।