ନୂଆଦିଲ୍ଲୀ– ସାରା ବିଶ୍ୱରେ ମଙ୍ଗଳବାର ଗୋଟିଏ ଦିନରେ ସମଗ୍ର ବିଶ୍ୱରୁ ରେକର୍ଡ ଏକ ଲକ୍ଷ ଛଅ ହଜାର ନୂତନ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଚୀନରୁ କରୋନା ଜୀବାଣୁ ଆରମ୍ଭ ହେବା ଦିନଠାରୁ ଏହା ବର୍ତ୍ତମାନ ପର୍ଯ୍ୟନ୍ତ ଗୋଟିଏ ଦିନରେ ଚିହ୍ନଟ ହୋଇଥିବା ସର୍ବାଧିକ ନୂତନ କରୋନା ରୋଗୀ ବୋଲି ଜଣାପଡିଛି । ଏହା ସହିତ ବିଶ୍ୱରେ କରୋନାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ବର୍ତ୍ତମାନ 3 ଲକ୍ଷ 29 ହଜାରକୁ ବୃଦ୍ଧି ପାଇଛି | ଏଥି ସହିତ, ବିଶ୍ୱରେ ମୋଟ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ମଧ୍ୟ ବର୍ତ୍ତମାନ 50 ଲକ୍ଷ ଅତିକ୍ରମ କରିଛି ।
ସମଗ୍ର ବିଶ୍ୱରେ କରୋନାର ଅନ୍ୟତମ କେନ୍ଦ୍ରବିନ୍ଦୁ ସାଜିଛି ଆମେରିକା | ଆମେରିକାରେ ବର୍ତ୍ତମାନ ସୁଦ୍ଧା 15 ଲକ୍ଷ ରୁ ଉର୍ଦ୍ଧ୍ୱ ଲୋକ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇସାରିଥିବା ବେଳେ 93 ହଜାରରୁ ଅଧିକ ଲୋକ ଏହା ଦ୍ୱାରା ମୃତ୍ୟୁବରଣ କରିସାରିଲେଣି । ଗତ 24 ଘଣ୍ଟା ମଧ୍ୟରେ, ଆମେରିକାରେ 1561 ଜଣ ଲୋକ କରୋନାରେ ପ୍ରାଣ ହରାଇଛନ୍ତି | ଏହାପୂର୍ବରୁ, ଆମେରିକାରେ କିଛି ଦିନ ଧରି କରୋନା ର ପ୍ରଭାବ ଧିରେ ଧିରେ ହ୍ରାସ ପାଇଥିଲା | ଲଗାତାର କିଛି ଦିନ ପାଇଁ ମୃତ୍ୟୁ ସଂଖ୍ୟା ଏକ ହଜାରରୁ କମ୍ ରହୁଥିଲା । ହେଲେ ପୁଣି ଥରେ ଆମେରିକାରେ କରୋନା ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି ।