ନୂଆଦିଲ୍ଲୀ– ସାଧାରଣ ଯାତ୍ରୀଙ୍କ ପାଇଁ ଅନଲାଇନ ରେ ମିଳିବ ଟ୍ରେନ୍ ଟିକେଟ ଆଜି ଦିନ ୧୦ ଟା ଠାରୁ ଟ୍ରେନ୍ ଟିକେଟ ବୁକିଂ ଆରମ୍ଭ ହୋଇଛି ।
ଆସନ୍ତା ଜୁନ୍ ୧ରୁ ରେଲ୍ୱେ ପକ୍ଷରୁ ୨୦୦ଟି ପାସେଞ୍ଜର ଟ୍ରେନ୍ ଚଳାଚଳ ଆରମ୍ଭ ହେବ। ଏଥିପାଇଁ ଆଜି ସକାଳ ୧୦ଟାରୁ ଆଇଆରସିଟିସି ୱେବ୍ସାଇଟ୍ କିମ୍ବା ଆପ୍ ମାଧ୍ୟମରେ ଅନ୍ଲାଇନ୍ରେ ଟିକେଟ ବୁକିଂ ପ୍ରକ୍ରିୟା ଆରମ୍ଭ ହେବ। ଏସି, ନନ୍-ଏସି ଓ ଜେନେରାଲ କ୍ଲାସ୍ କୋଚ୍ ପାଇଁ ଟିକେଟ ବୁକ୍ ହେବ । ଆରଏସି ଏବଂ ୱେଟିଂ ଲିଷ୍ଟ ମଧ୍ୟ ରହିବ। ତେବେ ପାସେଞ୍ଜର ଚାର୍ଟ ପ୍ରସ୍ତୁତ ହେବାପରେ ୱେଟିଂ ଲିଷ୍ଟ୍ରେ ଥିବା ଯେଉଁ ଯାତ୍ରୀଙ୍କ ନାଁ କନ୍ଫର୍ମ ହୋଇ ନ ଥିବ ସେମାନଙ୍କୁ ଯାତ୍ରା ପାଇଁ ଅନୁମତି ମିଳିବ ନାହିଁ। ଜେନେରାଲ୍ କ୍ଲାସ୍ରେ ସେକେଣ୍ଡ୍ ସିଟିଂ ଫେୟାର ଚାର୍ଜ କରାଯିବ।
ଆଗୁଆ ଟିକେଟ ବୁକ୍ କରିବା ପାଇଁ ସର୍ବାଧିକ ୩୦ ଦିନ ସମୟ ରହିବ। ସେହିପରି ଯାତ୍ରୀମାନେ ଯାତ୍ରା କରିବାର ୨ ଘଣ୍ଟା ପୂର୍ବରୁ ଅନ୍ଲାଇନ୍ରେ ଟିକେଟ ବୁକିଂ କରିପାରିବେ।