ଭୁବନେଶ୍ବର– ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ନେଇ ଦ୍ୱିତୀୟ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ଆଜି ଦିନ ବାରଟା ସମୟରେ ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ଯାଳୟରେ ବସିବ ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ସ୍ନାନପୂର୍ଣ୍ଣମୀ ନୀତି ସହ ସଂଶ୍ଳିଷ୍ଟ ଥିବା ୧୦ ନିଯୋଗ ସହ ହେବ ଆଲୋଚନା । ପ୍ରଥମ ପର୍ଯ୍ୟାୟରେ ଦଇତାପତିଙ୍କ ସହ ଆଲୋଚନା ପରେ ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟମାନଙ୍କ ସହ ଆଲୋଚନା ହେବ ବୋଲି ଜଣାପଡିଛି ।
ତେବେ ଏହି ବୈଠକରେ କୋଭିଡ-19 ଗାଇଡଲାଇନ ମାନି କିଭଳି ସ୍ନାନପୂର୍ଣ୍ଣିମା ଅନୁଷ୍ଠିତ ହେବ ସେ ନେଇ ଆଲୋଚନା ହେବ ବୋଲି ସୂଚନା ମିଳିଛି।