-
ବିଭିନ୍ନ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ୱର– ଗଂଜାମ ଜିଲ୍ଲା ଏହି ତାଲିକାରେ ସବୁଠାରୁ ଆଗରେ ରହିଛି । ଗଂଜାମ ଜିଲ୍ଲାରେ ସବୁଠାରୁ ଅଧିକ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧୭ରେ ପହଂଚିଛି । ।
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ବର୍ତମାନ ସୁଦ୍ଧା ଯାଜପୁର ଜିଲ୍ଲାରେ ୧୭୯ , ବାଲେଶ୍ୱର ଜିଲ୍ଲାରେ ୧୨୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଭଦ୍ରକ ଜିଲ୍ଲାରେ ୯୫ ଖୋର୍ଧା ଜିଲ୍ଲାରେ ୭୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରାପଡା ଜିଲ୍ଲାରେ ୪୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପୁରୀ ଜିଲ୍ଲାରେ ୪୫ ଜଣ ଚିହ୍ନଟ ହୋଇଛନ୍ତି । କଟକ ଜିଲ୍ଲାରେ ୪୫ ଜଣ, ବୌଦ୍ଧ ଜିଲ୍ଲାରେ ୩୩ ଜଣ ଆକ୍ରାନ୍ତ ହୋଇଛନ୍ତି ଜଗତସିଂହପୁର ଜିଲ୍ଲାରେ ୩୦ ଜଣ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାରେ ୨୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । । ନୟାଗଡ ଜିଲ୍ଲାରେ ୨୧ ଜଣ, ଅନୁଗୁଳ ଜିଲ୍ଲାରେ ୧୯ ଓ ମୟୁରଭଂଜ ଜିଲ୍ଲାରେ ୧୪, କଳାହାଣ୍ଡି ଜିଲ୍ଲାରେ ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି କେନ୍ଦୁଝର ଜିଲ୍ଲାରେ ୮, ବଲାଙ୍ଗୀର ଜିଲ୍ଲାରେ ୬ ଜଣ ଆକ୍ରାନ୍ତ ହୋଇଛନ୍ତି । । ସମ୍ବଲପୁର ଜିଲ୍ଲାରେ ୫ ଜଣ, ମାଲକାନଗିରି ଜିଲ୍ଲାରେ ୩ ଜଣ . କନ୍ଧମାଳ ଓ ମାଲକାନଗିରି ଜିଲ୍ଲାରେ ୩- ୩ ଜଣ ସଂକ୍ରମିତ ହୋଇଥିବା ବେଳେ ଝାରସୁଗୁଡା, ଢେଙ୍କାନାଳ ଦେବଗଡ ଜିଲ୍ଲାରେ ୨-୨ ଜଣ ସଂକ୍ରମିତ ହୋଇଛନ୍ତି । କୋରାପୁଟ ଜିଲ୍ଲାରେ ଜଣେ ସଂକ୍ରମିତ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହା ଯାଇଛି ।