ଭୁବନେଶ୍ୱର- ବାତ୍ୟା ଅମ୍ଫାନରେ ରାଜ୍ୟର ୮୯ଟି ବ୍ଲକର ୧୫ଶହ ପଂଚାୟତ ପ୍ରଭାବିତ ହୋଇଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ବାତ୍ୟା କ୍ଷୟ କ୍ଷତି ନେଇ କ୍ୟାବିନେଟ ସଚିବଙ୍କ ସହ ଆଲୋଚନା ପରେ ଶ୍ରୀ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ଏଥିରେ ପାଖା ପାଖି ୪୪.୮୦ ଲକ୍ଷ ପ୍ରଭାବିତ ହୋଇଛନ୍ତି । ବାତ୍ୟା କାରଣରୁ ଇଲେକ୍ଟି ଭିତିଭୂମି କ୍ଷତି ଗ୍ରସ୍ତ ହୋଇଥିବା ବେଳେ ୮୦ ପ୍ରତିଶତ ମରାମତି କାମ ଆଜି ସଂଧ୍ୟା ସୁଦ୍ଧା ଶେଷ ହୋଇ ଯିବ ବୋଲି ସେ କହିଛନ୍ତି ।