ଭୁବନେଶ୍ୱର– ବାତ୍ୟା ଅମ୍ଫାନରେ ପାଖା ପାଖି ଏକ ଲକ୍ଷ ହେକ୍ଟର ଚାଷ ଜମି ନଷ୍ଟ ହୋଇଛି । ଦୁଇ ଦିନ ମଧ୍ୟରେ କୃଷି ଜନତି କ୍ଷୟ କ୍ଷତିର ଆକଳନ କରା ଯିବ । ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ଜିଲ୍ଲାପାଳ ମାନଙ୍କୁ ବାତ୍ୟା କ୍ଷୟ କ୍ଷତିର ରିପୋର୍ଟ ମଗା ଯାଇଛି । ରିପୋର୍ଟ ଆସିବା ପରେ ତର୍ଜମା କରା ଯିବ । ଆଉଥରେ ବିସ୍ତୃତ ରିପୋର୍ଟ ଦେବାକୁ କୁହା ଯିବ । ରିପୋର୍ଟ ଆସିବା ପରେ ସହାୟତା ଯୋଗାଇ ଦିଆ ଯିବ ।