ଗଞ୍ଜାମ– ଗଞ୍ଜାମ ଜିଲ୍ଲାରେ ଆଜି ୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୧୭ ରେ ପହଂଚିଛି । ଆଜି ଚିହ୍ନଟ ହୋଇଥିବା ସମସ୍ତଙ୍କର ସୁରତ୍ ଲିଙ୍କ୍ ରହିଛି ।
ଇତି ମଧ୍ୟରେ ଶହେରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ସୁସ୍ଥ ହୋଇ ମେଡ଼ିକାଲରୁ ଘରକୁ ଫେରିଛନ୍ତି । ଜିଲ୍ଲାର ବିଭିନ୍ନ ସଂଘରୋଧ କେନ୍ଦ୍ରରୁ ୨୪ ଦିନ ପରେ ୨୩୬ ଜଣ କ୍ୱାରେଂଟେଇନରୁ ଘରକୁ ଫେରିଛନ୍ତି । ସେମାନଙ୍କୁ ଆଗାମୀ ୧୪ ଦିନ ପାଇଁ ହୋମ୍ କ୍ୱାରେଂଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି । ସେହିପରି ଗଞ୍ଜାମ ଜିଲ୍ଲାରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି । ମୃତକ ଏହି ୮୫ ବର୍ଷିୟ ବୃଦ୍ଧଙ୍କ ଘର ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଅଂଚଳରେ ବୋଲି ଜଣାପଡିଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଅଦ୍ୟାବଧି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ତିନି ଶହ ଟପିଛି ଏବଂ ତିନି ଜଣଙ୍କର ମୃତ୍ୟୁ ଘଟିଛି ।