ପୁରୀ- ଶ୍ରୀଜୀଉଙ୍କ ସ୍ନାନ ପୂର୍ଣ୍ଣିମା ପ୍ରସ୍ତୁତି ନେଇ ବୈଠକ ଆରମ୍ଭ ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସ୍ନାନ ପୂର୍ଣ୍ଣିମା ସହିତ ସମ୍ପୃକ୍ତ ୧୦ ନିଯୋଗର ମୁଖ୍ୟଙ୍କ ସହିତ ଆଲୋଚନା ଜାରୀ ରହିଛି । ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ସ୍ନାନ ପୂର୍ଣ୍ଣିମା ନୀତି ନିର୍ଘଂଟ, କରୋନା ଗାଇଡ଼୍ ଲାଇନ୍ ଅନୁପାଳନ ତଥା ସାମାଜିକ ଦୂରତା କିପରି ରକ୍ଷା କରାଯାଇ ପାରିବ ସେନେଇ ବିଶଦ୍ ଆଲୋଚନା ଜାରୀ ରହିଥିବା ସୂଚନା ମିଳିଛି ।
ଏହି ବିଶେଷ ତିଥିରେ ଶ୍ରୀଜୀଉମାନେ ୧୦୮ ଗରା ଜଳାରେ ସ୍ନାନ ପୂର୍ବକ ଭକ୍ତଙ୍କୁ ହାତୀ ବେଶରେ ଦର୍ଶନ ଦେବାର ପରମ୍ପରା ରହିଛି । ସେହିପରି ଏହି ଦିନ ଠାରୁ ୧୪ ଦିନ ପର୍ଯ୍ୟନ୍ତ ଶ୍ରୀଜୀଉଙ୍କ ଅଣସର ସେବା ଆରମ୍ଭ ହେବ ।