-
ଛାତ୍ରପୁର ବିଡିଓଙ୍କୁ ଆକ୍ରମଣ ଅଭିଯୋଗ, ଥାନାରେ ମାମଲା ରୁଜୁ
ବ୍ରହ୍ମପୁର : ଗଞ୍ଜାମ ଥାନା ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଅଗସ୍ତିନୂଆଗାଁ କ୍ୱାରାଣ୍ଟାଇନ୍ ସେଣ୍ଟର ପରିଦର୍ଶନ କରିବା ପାଇଁ ଛତ୍ରପୁରର ବିଡିଓ ଅମ୍ବିକା ପ୍ରସାଦ ଦାସ, ତହସିଲଦାର ନିଳମାଧବ ଭୋଇ ବୁଧବାର ଅପରାହ୍ନରେ ପରିଦର୍ଶନରେ ଯାଉଥିବା ବେଳେ ଅଗସ୍ତିନୂଆଗାଁ ବହୁମୁଖି ବାତ୍ୟା ଆଶ୍ରୟସ୍ଥଳ ପଛପଟ ସ୍ଥାନୀୟ ତେଲୁଗୁ ନୂଆଗାଁର ଯୁବଗୋଷ୍ଠୀ କ୍ରିକେଟ୍ ଖେଳୁଥିଲେ । ଏହାଦେଖି ଗାଡିରୁ ଓହ୍ଲାଇ କ୍ରିକେଟ୍ କାହିଁକି ଖେଳୁଛ ବୋଲି ପଚାରିବା ମାତ୍ରେ ଖେଳୁଥିବା ଯୁବଗୋଷ୍ଠୀ ଓ ଦୁଇ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା । ଏପରିକି ବିଡିଓ ଶ୍ରୀ ଦାସଙ୍କୁ କିଛି ଯୁବକ ପେଲାଠେଲା ମାଡ ମାରିଥିବା ନେଇ ଗଞ୍ଜାମ ଥାନାରେ ବିଡିଓ ଲିଖିତ ଅଭିଯୋଗ କରିଛନ୍ତି । ସୂଚନାଥାଉକି, ଅପରାହ୍ନ ସମୟରେ ୨ସରକାରୀ ଅଧିକାରୀ କ୍ୱାରାଣ୍ଟାଇନ୍ ସେଣ୍ଟରକୁ ଯିବାବେଳେ କୋଭିଡ-୧୯ର ନିୟମ ଉଲ୍ଲଂଘନକରି ତେଲୁଗୁ ନୂଆଗାଁରେ ଯୁବଗୋଷ୍ଠୀ କ୍ରିକେଟ୍ ଖେଳୁଥିଲେ । ଏହାଦେଖି ଅଧିକାରୀ ଗାଡିରୁ ଓହ୍ଲାଇ ସେମାନଙ୍କୁ ତାଗିଦ୍ କରୁଥିବା ବେଳେ କିଛି ଯୁବକ ୨ ସରକାରୀ ଅଧିକାରୀଙ୍କୁ ଠେଲାପେଲା କରିଥିବା ଅଭିଯୋଗରେ ଗଞ୍ଜାମ ଥାନା କେଶ୍ ନମ୍ବର ୬୨/୨୦ରେ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିବା ଥାନାଧିକାରୀ ଦିଲ୍ଲୀପ କୁମାର ସାହୁ ସୂଚନା ଦେଇଛନ୍ତି । ସେପଟେ ଘଟଣାକୁ ଗୁରୁତର ସହ ନେଇ ପୋଲିସ ତଦନ୍ତ କରୁଥିବା ଜଣାପଡିଛି ।