ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ମାଣ୍ଡିଆପଲ୍ଲି କ୍ୱାରେଣ୍ଟାଇନ୍ ହୋମ୍ରେ ପତି ଏବଂ ପତ୍ନୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ପତ୍ନୀ ସ୍ଥାନୀୟ ସିଟି ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି । ସୂଚନାଯୋଗ୍ୟ ଯେ, ସ୍ଥାନୀୟ ମାଣ୍ଡିଆପଲ୍ଳି କ୍ୱାରେଣ୍ଟାଇନ୍ ହୋମ୍ରେ ଅନେକ ଲୋକ ରହୁଥିବା ବେଳେ ଏକ ସୁରଟ ଫେରନ୍ତା ପରିବାର ମଧ୍ୟ ସେଠାରେ ରହିଥିଲେ । ସ୍ତ୍ରୀ ୩ ମାସର ଗର୍ଭବତୀ ମଧ୍ୟ ରହିଛନ୍ତି । କୌଣସି କାରଣରୁ ବୁଧବାର ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିବା ପରେ ସ୍ତ୍ରୀ ହଠାତ୍ ରାଗିଯାଇ ନିକଟରେ ରଖିଥିବା କିଛି ଆଣ୍ଟିବାଇଟିକ୍ ଔଷଧ ଅଧିକ ପରିମାଣରେ ଖାଇ ଦେଇଥିଲେ । ତାଙ୍କ ଅବସ୍ଥା ସାମାନ୍ୟ ଗୁରୁତର ହେବା ପରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ସିଟି ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଥିଲା । ତାଙ୍କ ଅବସ୍ଥା ବର୍ତ୍ତମାନ ଠିକ୍ ରହିଥିବା ବେଳେ ଆସନ୍ତାକାଲି ତାଙ୍କର ସ୍ୱାବ ଟେଷ୍ଟ କରାଯିବ ବୋଲି ଜଣାପଡିଛି ।
Related Stories
November 24, 2024
November 24, 2024