ବ୍ରହ୍ମପୁର : ଶଙ୍କରପୁର ସାହିକୁ ଏକସେସ୍ କଣ୍ଟ୍ରୋଲ ଜୋନ୍ ଭାବେ ନିଗମ ପକ୍ଷରୁ ଘୋଷଣା କରିବା ପରେ ପ୍ରଥମ ପର୍ଯ୍ୟାୟ ସ୍ୱାସ୍ଥ୍ୟ ପରୀକ୍ଷା ଶେଷ ହୋଇଥିବା ବେଳେ ସେଥିମଧ୍ୟରୁ ୯୩ଜଣଙ୍କ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି । ରିପୋର୍ଟ ଆସିବାପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି କମିଶନର ଚକ୍ରବର୍ତ୍ତି ସିଂ ରାଥୋଡ ସୂଚନା ଦେଇଛନ୍ତି । ଉକ୍ତ ସାହିର ଉଭୟ ପ୍ରବେଶପଥର ୨ଟି ସାହିକୁ ସିଲ୍ କରାଯାଇଛି । ପ୍ରଥମେ କେବଳ ଗୋଟିଏ ସାହିକୁ ସିଲ୍ କରାଯାଇଥିବା ବେଳେ ବହୁତ ଲମ୍ବାଥିବା ଘର ଗୁଡିକର ଉଭୟପଟେ ପ୍ରବେଶ ଦ୍ୱାର ରହିଛି । ସେଥିଯୋଗୁ ନିଗମ ପକ୍ଷରୁ ଆଗପଛ ହୋଇଥିବା ୨ଟି ଶଙ୍କରପୁର ସାହିକୁ ସିଲ୍ କରାଯାଇଛି । ଉକ୍ତ ୨ସାହିରେ ସମୂଦାୟ ୧୬୩ଟି ଗୃହ ଥିବାବେଳେ ୭୦୬୮ଜଣ ରହୁଛନ୍ତି । ସମ୍ପ୍ରତି ସାହି ପ୍ରତି ତୀକ୍ଷ୍ମଣ ନଜର ରଖାଯାଇଥିବା ବେଳେ ସମସ୍ତ ପରିବାରକୁ ସୁସ୍ଥ ଆପ୍ ଦ୍ୱାରା ପଞ୍ଜିକରଣ କରାଯାଇ ଘରୋଇ ସଙ୍ଗରୋଧ ଗୃହରେ ରହିବାକୁ ନିର୍ଦ୍ଦେଶ ଦିଆଯାଉଛି । ଏହାଛଡା ସୁସ୍ଥ ଆପ୍ ଜରିଆରେ ସେମାନଙ୍କ ଗତିବିଧି ଅନୁଧ୍ୟାନ କରିବା ସହିତ ଅତ୍ୟାବଶ୍ୟକ ସାମଗ୍ରୀ ଓ ଆବଶ୍ୟକୀୟ ଔଷଧ ପତ୍ର ପାଇଁ ନିଗମ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇ ଘରୋଇ ପାର୍ସଲ କରିବା ନେଇ ମଧ୍ୟ ବ୍ୟବସ୍ଥା କରାଯାଇ ୭୦୭୭୦୨୪୨୬୭ନିର୍ଦ୍ଦାରିତ ଫୋନ୍ ଦ୍ୱାରା ଯୋଗାଯୋଗ କରିବାକୁ ସାହିବାସିନ୍ଦାଙ୍କୁ ଅବଗତ କରାଯାଇଥିବା ନେଇ କମିଶନର ଶ୍ରୀ ରାଥୋଡ ସୂଚନା ଦେଇଛନ୍ତି ।
Related Stories
November 25, 2024