ବ୍ରହ୍ମପୁର : ବ୍ରହ୍ମପୁର ଉପକଣ୍ଠସ୍ଥ ଶୀତଳାପଲ୍ଲୀ ଠାରେ ଥିବା ଟାଟା ମେଡିକୋ ହସ୍ପିଟାଲରେ ହୋଇଥିବା ଗଞ୍ଜାମ ଜିଲ୍ଲାର କୋଭିଡ୍ ହସ୍ପିଟାଲରେ କରୋନା ରୋଗୀଙ୍କୁ ଉତ୍ତମ ଚିକିତ୍ସା କରି ସୁସ୍ଥ କରିଥିବା ଡାକ୍ତରଙ୍କୁ ବ୍ରହ୍ମପୁରର କିଛି ଯୁବ ଆଇନ୍ଜୀବୀ ବୁଧବାର ସକାଳେ ଏମ୍କେସିଜି ମେଡିକାଲ୍ ଗେଟ୍ ସମ୍ମୁଖରେ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧନା ଦେଇଛନ୍ତି । ଏହି ଡାକ୍ତରମାନେ କରୋନାରେ ଆକ୍ରାନ୍ତ ହୋଇଥିବା ଜିଲ୍ଲାର କରୋନା ରୋଗୀଙ୍କୁ ୨୪ଘଣ୍ଟିଆ ସେବା ଯୋଗାଇ ସେମାନଙ୍କ ସ୍ୱାସ୍ଥ୍ୟ ଠିକ୍ କରିବାରେ ଦ୍ୱିତୀୟ ଭଗବାନ ସାଜିଥିବା ଡାକ୍ତରମାନେ ହେଉଛନ୍ତି ସର୍ବଶ୍ରେଷ୍ଠ କରୋନା ଯୁଦ୍ଧା । ତେଣୁ ଏମାନଙ୍କୁ ସମ୍ବର୍ଦ୍ଧିତକରି ଆମେ ଗୌରବାନ୍ୱିତ ମନେ କରୁଛୁ ବୋଲି ଆଇନ୍ଜୀବୀ ଶିବରାମ ପାତ୍ର କହିଛନ୍ତି । ସମ୍ବର୍ଦ୍ଧନା ହୋଇଥିବା ଡାକ୍ତରମାନେ ହେଲେ ଡାକ୍ତର ସମ୍ବିତ ପଟେଲ, ଦୁର୍ଗାପ୍ରସାଦ ମୁର୍ମୁ, ସମୀର କୁମାର ନାୟକ, ଅରୁପମ ମହାପାତ୍ର, ନିରଞ୍ଜନ ସାହୁ । ଏହି ଡାକ୍ତରମାନେ କୋଭିଡ୍ ହସ୍ପିଟାଲରେ ଚିକିତ୍ସାକରି ୧୪ଦିନିଆ କ୍ୱାରାଣ୍ଟାଇନ୍ରେ ରହି ବୁଧବାର ଘରକୁ ଫେରିବା ବେଳେ ଏହି ସମ୍ବର୍ଦ୍ଧନା ଦିଆଯାଇଛି । ସମ୍ବର୍ଦ୍ଧିତ କରିଥିବା ଆଇନ୍ଜୀବୀମାନେ ହେଲେ କିରଣ କୁମାର ମଣ୍ଡଳ, ଶିବରାମ ପାତ୍ର, ରଘୁନାଥ ପାଣିଗ୍ରାହୀ, ସଞ୍ଜୟ ମିଶ୍ର, ଶିବ ମିଶ୍ର, ପ୍ରକାଶ ଚନ୍ଦ୍ର ଦାସଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।
Related Stories
November 25, 2024