
ବ୍ରହ୍ମପୁର : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ(ଓୟୁଏଟି) ପ୍ରାକ୍ତନ ଅଣୁଜୀବ ବିଜ୍ଞାନ ଛାତ୍ରୀ ନୀମିଶା ମହାପାତ୍ର ଏବେ କରୋନା ଯୁଦ୍ଧରେ ସାମିଲ୍ ହୋଇ ରାଉରକେଲାରେ ଅବସ୍ଥାପିତ । ପ୍ରଥମେ ମାଇକ୍ରୋ ବାୟୋଲୋଜିଷ୍ଟ ଭାବେ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଧିାରୀଙ୍କ କାର୍ଯ୍ୟାଳୟରେ ଯୋଗଦାନ ପରେ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନା ମାଇକ୍ରୋ ବାୟୋଲୋଜିଷ୍ଟ ଭାବେ ନିଯୁକ୍ତ କରାଯାଇଛି ।
ସେଠାରେ କିଛିଦିନ କାର୍ଯ୍ୟକରିବା ପରେ ବର୍ତ୍ତମାନ ତାଙ୍କୁ ଇସ୍ପାତ ଜେନରାଲ ହସ୍ପିଟାଲରେ(ଆଇଜିଏଚ୍)ରେ ସ୍ପେଶାଲିଷ୍ଟ ଇନ୍ ମୋଲେକ୍ୟୁଲାର ବାୟୋଲୋଜି ଭାବେ ନିଯୁକ୍ତ କରାଯାଇଛି । ଇତି ମଧ୍ୟରେ କୃଷି ବିଶ୍ୱ ବିଦ୍ୟାଳୟ କୁଳପତି ପ୍ରଫେସର ପୱନ ଅଗ୍ରୱାଲା ଓ ନିର୍ଦ୍ଦେଶକ ପ୍ରଫେସର ବିକାଶ ପଣ୍ଡା ଆଗାମୀଦିନରେ ନୀମିଶା ମହାପାତ୍ର ଓ ନିଯୁକ୍ତି ପାଇଥିବା ଅନ୍ୟ ସହଯୋଗୀମାନଙ୍କୁ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବ ବୋଲି ଜଣାଇଛନ୍ତି । ପ୍ରକାଶଥାଉକି, ନୀମିଶା ମହାପାତ୍ର ପୂର୍ବରୁ ଆର୍ସିଏମ୍ଆର୍ରେ କାର୍ଯ୍ୟ କରୁଥିଲେ ।