ଭୁବନେଶ୍ୱର– ରାଜ୍ୟରେ ୭୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଧ୍ୟା ବଢି ୧୦୫୨ରେ ପହଂଚିଛି । ମାଲକାନଗିରିରେ ପ୍ରଥମ କରୋନା ମାମଲା ସାମନାକୁ ଆସିଛି ।
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷର ଦିଆ ଯାଇଥିବା ସୂଚନା ଅନୁସାରେ ନୂତନ ୭୪ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ବୌଦ୍ଧରେ ୨୮ଟି ମାମଲା ସାମନାକୁ ଆସିଥିବା ବେଳେ ପୁରୀରେ ୧୧, କଟକରେ ୯, ଖୋର୍ଧାରେ ୭, ଗଂଜାମରେ ୬, କେନ୍ଦ୍ରାପଡାରେ ୨, ବାଲେଶ୍ୱରରେ ୧ ତଥା ମାଲକାନଗିରିରେ ୨ଟି ନୂଆ ମାମଲା ସାମନାକୁ ଆସିଛି ।