 
                ଭୁବନେଶ୍ୱର– ମାଲକାନଗିରି ଜିଲ୍ଲାରେ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟର ୨୪ଟି ଜିଲ୍ଲାରେ କରୋନା ଦେଖା ଦେଇଛି । ତେବେ ଆଜି ମଧ୍ୟ ଗଂଜାମ ଜିଲ୍ଲା ଏହି ତାଲିକାରେ ସବୁଠାରୁ ଆଗରେ ରହିଛି ।  ଗଂଜାମ ଜିଲ୍ଲାରେ  ସବୁଠାରୁ  ଅଧିକ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧୩   ରହିଛି ।
ରାଜ୍ୟ ସ୍ୱାସ୍ଥ୍ୟ  ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ବର୍ତମାନ ସୁଦ୍ଧା ଯାଜପୁର ଜିଲ୍ଲାରେ ୧୭୪ , ବାଲେଶ୍ୱର ଜିଲ୍ଲାରେ ୧୨୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଭଦ୍ରକ ଜିଲ୍ଲାରେ ୯୫ ଖୋର୍ଧା ଜିଲ୍ଲାରେ ୭୧   ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  କେନ୍ଦ୍ରାପଡା ଜିଲ୍ଲାରେ ୪୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପୁରୀ ଜିଲ୍ଲାରେ ୪୪ ଜଣ ଚିହ୍ନଟ ହୋଇଛନ୍ତି । କଟକ ଜିଲ୍ଲାରେ ୩୬ ଜଣ,  ବୌଦ୍ଧ ଜିଲ୍ଲାରେ ୩୩ ଜଣ ଆକ୍ରାନ୍ତ ହୋଇଛନ୍ତି    ଜଗତସିଂହପୁର ଜିଲ୍ଲାରେ ୨୮ଜଣ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାରେ ୨୭  ଜଣ ସଂକ୍ରମିତ ଚିହ୍ନଟ  ହୋଇଛନ୍ତି । । ଅନୁଗୁଳ ଜିଲ୍ଲାରେ ୧୭  ଓ ମୟୁରଭଂଜ ଜିଲ୍ଲାରେ ୧୧ ଜଣ ଆକ୍ରାନ୍ତ ଚିହ୍ନଟ  ହୋଇଛନ୍ତି ।
ସେହିପରି କେନ୍ଦୁଝର ଜିଲ୍ଲାରେ ୮,   ନୟାଗଡ ଜିଲ୍ଲାରେ ୧୦ , ବଲାଙ୍ଗୀର ଜିଲ୍ଲାରେ ୬   ଜଣ ଆକ୍ରାନ୍ତ ହୋଇଛନ୍ତି । । ସମ୍ବଲପୁର ଜିଲ୍ଲାରେ ୩ ଜଣ କଳାହାଣ୍ଡି, ଝାରସୁଗୁଡା, ଦେବଗଡ, କନ୍ଧମାଳ ଓ ମାଲକାନଗିରି ଜିଲ୍ଲାରେ   ୨- ୨ ଜଣ ସଂକ୍ରମିତ ହୋଇଥିବା  ବେଳେ କୋରାପୁଟ ଓ ଢେଙ୍କାନାଳ  ଓ ସମ୍ବଲପୁର ରେ  ୧-୧ ସଂକ୍ରମିତ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହା ଯାଇଛି ।
                            
                        
	                    
 
                    







