
ଇଙ୍କାଓ୍ା– ଉତର ପ୍ରଦେଶର ଇଟାଓ୍ା ଜିଲ୍ଲାରେ ପଣସ ନେଇ ମଣ୍ଡିକୁ ବିକ୍ରି କରିବାକୁ ଯାଉଥିବା ପିକଅପକୁ ଏକ ଟ୍ରକ ଧକ୍କା ଦେଇଛି । ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁର୍ଘଟଣାସ୍ଥଳରେ ୬ରୁ ଅଧିକ ଚାଷୀଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ଜଣେ ଗୁରୁତର ଆହତ ହୋଇଛନ୍ତି । ଘଟଣାର ସୂଚନା ମିଳିବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଁଚି ମୃତ ଶରୀର ଉଦ୍ଧାର କରିଛି । ଜଣେ ଆହତଙ୍କୁ ସେଫଇ ମେଡିକାଲ କଲେଜ ଓ ବିଶ୍ୱ ବିଦ୍ୟାଳୟରେ ଭର୍ତି କରାଯାଇଛି । ପୋଲିସ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରି ଚାଳକକୁ ଅଟକ ରଖିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାରେ ଦୁଃଖ ପ୍ରକଟ କରି ମୃତକଙ୍କ ପରିଜନ ପ୍ରତି ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ।
ସୂଚନା ଅନୁଯାୟୀ ମଙ୍ଗଳବାର ମଧ୍ୟ ରାତ୍ରିରେ ବକେଭର ଅଂଚଳରୁ ପିକଗାଡିରେ ପଣସି ନେଇ ଚାଷୀମାନେ ମଣ୍ଡିକୁ ବିକିବାକୁ ଯାଉଥିଲା । ଏହି ସମୟରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଟ୍ରକ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ଛଅ ଜଣଙ୍କ ମୃତ୍ୟୁ ଘଟିଛି । ପୋଲିସ ଘଟଣାସ୍ଥଳରେ ପହଁଚି ଜଣେ ଗୁରୁତର ଆହତଙ୍କୁ ସେଫଇ ମେଡିକାଲ ବିଶ୍ୱ ବିଦ୍ୟାଳୟରେ ଭର୍ତି କରିଛି ।
ଘଟଣାସ୍ଥଳରେ ପହଁଚିଥିବା ଉପ ଆରକ୍ଷୀ ଅଧିକ୍ଷକ ରାମୟଶ ସିଂହ କହିଛନ୍ତି, ମଙ୍ଗଳବାର ବିଳମ୍ବିତ ରାତ୍ରିରେ ବକେଭରରୁ ଚାଷୀମାନେ ପିକଅପରେ ପଣସ ନେଇ ମଣ୍ଡିକୁ ବିକିବାକୁ ଯାଉଥିଲେ । ସେହି ସମୟରେ ଫ୍ରେଣ୍ଡ୍ସ କଲୋନୀ ଥାନା ଅନ୍ତର୍ଗତ ଜାତୀୟ ରାଜପଥରେ ବିପରୀତ ଦିଗରୁ ଆସୁଥିବା ଟ୍ରକ ନିୟନ୍ତ୍ରଣ ହରାଇ ପିକଅପକୁ ଧକ୍କା ମାରିଥିଲା । ଘଟଣାର ସୂଚନା ମିଳିବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଁଚି ମୃତଶରୀର ଉଦ୍ଧାର କରିବା ସହିତ କ୍ରେନ୍ ଜରିଆରେ ଦୁର୍ଘଟଣାଗ୍ରସ୍ତ ଗାଡିକୁ ରାସ୍ତାରୁ ହଟାଇଥିଲା । ସମସ୍ତ ଛଅ ମୃତକ ବକେଭର ଟାଉନର ବାସିନ୍ଦା ।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଦୁର୍ଘଟଣାରେ ଶୋକ ପ୍ରକଟ କରି ମୃତକଙ୍କ ପରିଜନ ପ୍ରତି ସମବେଦନା ବ୍ୟକ୍ତ କରିଛନ୍ତି । ଆହତଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ମୃତକଙ୍କ ପରିଜନ ପ୍ରତି ଦୁଇ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି । ଗୁରୁତର ଆହତଙ୍କୁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।