ଭୁବନେଶ୍ୱର– ରାଜ୍ୟରେ କରୋନାରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତିଙ୍କ ଘର ଖୋର୍ଧା ଜିଲ୍ଲାରେ ଓ ସେ ୭୦ ବର୍ଷୀୟ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ତାଙ୍କୁ ଗତକାଲି ଏମ୍ସରେ ଭର୍ତିକରା ଯାଇଥିଲା ଓ ଉକ୍ତ ଦିନ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କର ନମୁନା ପରୀକ୍ଷଣ ପରି ପଜିଟିଭ ଆସିଥିଲା ।