
ନୂଆଦିଲ୍ଲୀ– କରୋନା ଭାଇରସ ଏପର୍ଯ୍ୟନ୍ତ ୨୧୫ଟି ଦେଶକୁ ପହଞ୍ଚିଛି । ବିଶ୍ୱରେ ୪୯ ଲକ୍ଷ ୮୮ ହଜାର ୩୮୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩ ଲକ୍ଷ ୨୪ ହଜାର ୯୫୮ ଜଣଙ୍କ ଜୀବନ ଯାଇଛି । ସେହିପରି ୪୫ ହଜାର ୪୪୮ ଜଣ ଗୁରୁତର ଅଛନ୍ତି ।
କରୋନା ଭାଇରସ ଯୋଗୁଁ ଆମେରିକାରେ ୧୫ ଲକ୍ଷ ୭୦ ହଜାର ୫୮୩ ଜଣ ଆକ୍ରାନ୍ତ ହୋଇଛନ୍ତି । ଏଠାରେ ୯୩ ହଜାର ୫୩୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଲକ୍ଷ ୬୧ ହଜାର ୧୮୦ ଜଣ ସୁସ୍ଥ ହୋଇଛନ୍ତି । କିନ୍ତୁ ଆହୁରି ୧୭ ହଜାର ୨୪୯ ଜଣ ଗୁରୁତର ଅଛନ୍ତି ।